ଖୋଖୋ ପ୍ରିମିୟର ଲିଗ ପାଇଁ ୫ ଜଣ ଖେଳାଳୀ ମନୋନୀତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଓଡ଼ିଶା ଖୋଖୋ ସଂଘ ପ୍ରଥମ ଥର ପାଇଁ ଓଡ଼ିଶାରେ ଖୋଖୋ ପ୍ରିମିୟର ଲିଗ୍ ଆସନ୍ତା ୧୪ ରୁ ୧୬ ଯାଏଁ ପୁରୀରେ ଆୟୋଜନ ହେବାକୁ ଯାଉଛି. ସେଥ୍ରେ ପୁରଷ ଓ ମହିଳା ବିଭାଗର ୪ଟି ଲୋଖାଏଁ ଦଳ ୮ ଜଣ ଫ୍ରାଞ୍ଚାଇଜ୍ ଦ୍ବାରା ଓଡ଼ିଶାର ବଛା ବଛା ଖେଳାଳୀଙ୍କୁ ମନୋନୀତ କରାଯାଇଛି. ଗଜପତି ଜିଲ୍ଲା ଗାରାବନ୍ଧ ଖୋଖୋ କ୍ଲବରୁ ୫ ଜଣ ଖେଳାଳୀ ଏଥିଲାଗି ମନୋନୀତ ହୋଇଛନ୍ତି. ତେଣୁ ଅଞ୍ଚଳରେ ଖୁସୀର ଲହରୀ ଖେଳିଯାଇଛି। ପ୍ରକାଶଥାଉକି ଗାରାବନ୍ଧ ଖୋଖୋ କ୍ଲବ ତରଫରୁ ଅନ୍ତର୍ଜାତୀୟ ଖେଳାଳୀ ପାବନୀ ଶବର ଓ ଶ୍ରୀନିବାସ ଶବରଙ୍କୁ ‘ଧଉଳି ଧମାକା’ ଏଲିୟ ଶବରଙ୍କୁ ‘କଟକ ରୟାଲସ୍’ ବଦ୍ରି ଶବରଙ୍କୁ ‘ବାଲେଶ୍ବର ହିରୋସ୍’ ଏବଂ ମହିଳା ବିଭାଗରେ ସସ୍ମିତା ଶବରଙ୍କୁ ‘ସୁନ୍ଦରଗଡ଼ ସୋଲଜର୍ସ’ ପାଇଁ ସ୍ଥାନ ପାଇଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏପରି ପ୍ରିମିୟର ଲିଗ୍ରେ ଗାରାବନ୍ଧ ଖୋଖୋ କ୍ଲବ୍ରୁ ୫ ଜଣ ଖେଳାଳୀ ମନୋନୀତ ହେବା ଗଜପତି ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ।