୫ ଶିକ୍ଷକ/ଶିକ୍ଷୟତ୍ରୀ ଙ୍କୁ ’ରାଷ୍ଟ୍ର ନିର୍ମାତା’ ସମ୍ମାନ ପ୍ରଦାନ

ଛତ୍ରପୁର, (ଓ୍ବାଇଏନଏସ):  ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ  ସମାଜ ଗଠନ ଦିଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ  ୫ ଜଣ ଶିକ୍ଷକ / ଶିକ୍ଷୟତ୍ରୀ ଙ୍କୁ ସମ୍ମାନଜନକ “ରୋଟାରୀ ରାଷ୍ଟ୍ର ନିର୍ମାତା” ସମ୍ମାନ ପ୍ରଦାନ କରାଯାଇଛି। ଛତ୍ରପୁର ପିଲିବନ୍ଧ ରୋଡ ସ୍ଥିତ କ୍ଲବର ନିଜସ୍ବ ପରିସରରେ ସଭାପତି ତଥା ହାଇକୋର୍ଟ ଆଡ଼ଭୋକେଟ ପଦ୍ମ ଚରଣ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୂଖ୍ଯ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ର ନିର୍ମାଣ ରେ ଶିକ୍ଷକ ଙ୍କ ଭୂମିକା ଉପରେ କହିଥିଲେ।  ଏହା ସେ କାର୍ଯ୍ୟକ୍ରମ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ, ଏହି ଅବସରରେ ଶିକ୍ଷକ ତ୍ରିନାଥ ସାହୁ, ସୁନୀଲ ଶତପଥି, ଅଜିତ କୁମାର ସେଠି, ଶିକ୍ଷୟତ୍ରୀ ଜ୍ୟୋସ୍ନା ସେଠି ଓ ନମିତା ପଟ୍ଟନାୟକ ଙ୍କୁ ମୂଖ୍ଯ ଅତିଥି ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ। କ୍ଳବର ସମ୍ପାଦକ ଡମ୍ବୁରୁଧର ସାହୁ  ଅତିଥି ମାନଙ୍କୁ ସ୍ୱାଗତ   କରିଥିଲେ,  ରୋଟାରିୟନ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ସାମନ୍ତରାୟ, ନିରଞ୍ଜନ ପାତ୍ର, ଡ଼ଃ ବିମଳ ପ୍ରସାଦ ସାହୁ, ଦ୍ବାରିକା ପ୍ରସାଦ ପଟ୍ଟନାୟକ, ସୁରଜିତ ସାମନ୍ତ ରାୟ,  ସୁଜିତ ପଟ୍ଟନାୟକ, ଏସ ରେଖା ମହାନ୍ତି, ଏମ ଧନଞ୍ଜୟ ରେଡ୍ଡୀ, ସ୍ଵାଗତିକା ସାମନ୍ତରାୟ, ଇଂ. ରାଜକିଶୋର,ଏମ ବାସୁଦେବ ରାଓ ଓ ଇ ନାଗେଶ୍ଵର ରାଓ ଙ୍କ ସମେତ ଅନ୍ୟାନ୍ୟ ସଭ୍ୟ/ ସଭ୍ୟା ମାନେ ଯୋଗଦେଇ ବିଭିନ୍ନ ମାନଦଣ୍ଡ କୁ ଭିତ୍ତିକରି  ସମ୍ମାନିତ କରାଯାଇଥିବା ଶିକ୍ଷକ/ ଶିକ୍ଷୟତ୍ରୀ ଙ୍କ ଉପରେ ନିଜ ନିଜ ଅଭି ଭାଷଣ ରଖି ଥିଲେ।   ଶେଷରେ ସମ୍ପାଦକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ