ଫ୍ଲୋରାଇଡ ମୁକ୍ତ ଶୁଦ୍ଧ ପାଣି ଯୋଗାଣ ପ୍ରକଳ୍ପ ଉଦଘାଟନ

ବାଲେଶ୍ବର(ସରୋଜ ପଣ୍ଡା): ରେମୁଣାର ବାହାର୍ଦା ନୋଡାଲ ସ୍କୁଲ ପରିସରରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସମର୍ପିତ କରି ଉଦଘାଟକ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ କରକମଳରେ ଫ୍ଲୋରାଇଡ ମୁକ୍ତ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ହୋଇଯାଇଛି । ଶକୁନ୍ତଳା ରୁମାଟୋଲୋଜି ହସ୍ପିଟାଲ ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ସହଦେବଖୁଣ୍ଟା ଓ ଇଣ୍ଡୋ- ସୁଇଡିଶ୍ ରୁମାଟୋଲୋଜି ଫାଉଣ୍ଡେସନ ଓ  ସୁଇଡେନର ଏଚ.ଭି.ଆର. ର ମିଳିତ ସହଯୋଗରେ ସ୍ଥାପିତ ଉକ୍ତ ପ୍ରକଳ୍ପର ଶୁଭ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିସିଆସିସି ର ସଭାପତି ସଞ୍ଜୟ କୁମାର ଦାସ ଯୋଗଦେଇ ପ୍ରୟାସକୁ ପ୍ରଶଂସା କରିବା ସହ ସହଯୋଗର ହାତ ବଢ଼େଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଇର୍ସାଦ ଉଲ୍ଲା ଖାନ୍, ଏଚ. ଭି. ଆୟ. ର ପ୍ରକଳ୍ପ ଅଧିକାରୀ ଯୋଗ ଦେଇ ଥିବା ବେଳେ ବବୁଲୀ ବାନାର୍ଜୀ, ଟେକନିସିଆନ ଯୋଗ ଦେଇ ପ୍ରକଳ୍ପକୁ ଆଗେଇ ନେବା ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ । ଶକୁନ୍ତଳା ରୁମାଟୋଲୋଜି ହସ୍ପିଟାଲ ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ମୁଖ୍ୟ ଡା ରବିନାରାୟଣ ଦାଶ ସରଳ ଓ ସୁନ୍ଦର ଭାବେ ଆଭିମୁଖ୍ୟ ରଖିଥିବା ବେଳେ ସ୍ଥାନୀୟ ସରପଞ୍ଚ ବିଦ୍ୟାସ୍ମିତା ମହାଳିକ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଶିଳ୍ପୀ କେଶୁ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ପ୍ରକଳ୍ପକୁ ସଫଳ କରେଇବାରେ ପ୍ରମୁଖ ଦାୟିତ୍ୱ ବହନ କରିଥିବା ଇଂ ସୌରଭ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।  ଏହି ସଭାରେ ସ୍ଥାନୀୟ ଗ୍ରାମବାସୀ, ରୋଟାରୀ କ୍ଲବ ଅଫ ବାଲେଶ୍ଵର ସଭାପତି ଦେବାଶିଷ ଦାସ ଓ ସଦସ୍ୟ ସଦସ୍ୟା, ନୋସିର କାର୍ଯ୍ୟକାରୀ ନିର୍ଦ୍ଦେଶକ  କମଳାକାନ୍ତ ମୁଦୁଲି, ଟିପିଓଏନଏଲ ର ଏଚ ଆର ରଞ୍ଜନ ଶର୍ମା, ବଣ ଧୂଳିର ଫୁଲର ଅଧ୍ୟକ୍ଷ ବିଜୟ କୁମାର ଆଚାର୍ଯ୍ୟ, ଆରଡିଏଫର ମୁଖ୍ୟ ହରିଶ୍ଚନ୍ଦ୍ର ରାଜ, ପ୍ରଭାକର ଦାସ, ଗଦାଧର ପ୍ରଧାନ ପ୍ରମୁଖ ବହୁ ସମାଜସେବୀ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ