ଏଫ.ଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ଏବଂ ନାରୀ ନିର୍ଯ୍ୟାତନା ପ୍ରତିବାଦରେ ସିପିଆଇର ଓଡିଶା ବନ୍ଦ ଡାକରାକୁ ସମର୍ଥନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ରାଜ୍ୟରେ ବିରୋଧୀ ଦଳ ମାନେ ବିଜେପି ସରକାରଙ୍କୁ ଟାର୍ଗେଟ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏପରିପେକ୍ଷୀରେ ଆସନ୍ତା ୧୭ ତାରିଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହାକୁ ସମର୍ଥନ କରି ଆଜି ବନ୍ତ ସିପିଆଇ ଜୋନ୍ କମିଟି ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ବନ୍ତ ବଜାର ପରିକ୍ରମା କରିଥିଲା । ଥାନା ଛକରୁ ଏହି ଶୋଭାଯାତ୍ରା ବାହାରି ପୋଷ୍ଟ ଅଫିସ ଛକ ଏବଂ ଜଳ ସେଚନ କାର୍ଯ୍ୟାଳୟ ଛକ ପର୍ଯ୍ୟନ୍ତ ଯାଇଥିଲା । ସିପିଆଇ ଜୋନ୍ କମିଟି ସହ ସମ୍ପାଦକ ଦୀଲିପ ନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ଦେବା ସହ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ । ପରେ ଥାନା ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଆସନ୍ତା ୧୭ରେ ସିପିଆଇ ପକ୍ଷରୁ ଓଡିଶା ବନ୍ଦ ଡାକରାକୁ ସଫଳ କରିବା ପାଇଁ ସମସ୍ତ ଜନସାଧାରଣ ମାନଙ୍କୁ ନିବେଦନ କରାଯାଇଥିଲା । ଶୋଭାଯାତ୍ରା ଏବଂ ପ୍ରତିବାଦ ସଭାରେ ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ବନ୍ତ ଶାଖା ସମ୍ପାଦକ ନିରଞ୍ଜନ ନାୟକ, ବରିଷ୍ଠ ନେତା ବାବାଜି ଚରଣ ଜେନା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ନିଳୋକ ସିପିଆଇ ଶାଖା ସମ୍ପାଦକ ଅଭିମନ୍ୟୁ ଜେନା, ପଧାନପଡା ସମ୍ପାଦକ କମଳାକାନ୍ତ ଜେନା, ପଧାନପଡା ସମିତି ସଭ୍ୟ ପ୍ରତିନିଧି ତଥା ଯୁବ ସଂଘର ଜିଲା ସମ୍ପାଦକ ଦୁଲ୍ଲା ଖାଁ, ସେକ୍ ଫକୀର ଉଦ୍ଦୀନ, ପର୍ଶୁରାମ ସ୍ୱାଇଁ, ରତିକାନ୍ତ ଜେନା, ପଦ୍ମଲୋଚନ ସ୍ୱାଇଁ, ନୃସିଂହ ପରିଡା, ସୁବାଷ ବେହେରା, କିଶୋର ବେହେରା, ପଞ୍ଚାନନ ସେଠୀଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ ।