ଚାରା ବିକ୍ରୟ କେନ୍ଦ୍ର ଉଦଘାଟିତ

ମୋହନା,(ଓ୍ବାଇଏନଏସ): ଗଜପତି ଜିଲ୍ଲା ମୋହନା ରେ ଚାରା ବିକ୍ରୟ କେନ୍ଦ୍ର ସ୍ଥାନୀୟ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ  ନିକଟରେ ଥିବା ଶୋଭନ ଗାର୍ଡେନ ରେ ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାନ ଯୋଜନାରେ ସ୍ଥାପିତ ହୋଇଥିବା ଏହି ବିକ୍ରୟ କେନ୍ଦ୍ର କୁ ମୁଖ୍ୟ ଅତିଥି ସହକାରୀ ଉଦ୍ୟାନ ଅଧିକାରୀ କରୁଣାକର ପାଇକ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାନ ଯୋଜନା ଦ୍ୱାରା ଏହି ଚାରା ବିକ୍ରୟ କେନ୍ଦ୍ରରେ ବିଭିନ୍ନ ପ୍ରକାର ଫଳନ୍ତି, ଔଷଧୀୟ, ସୌନ୍ଦର୍ଜିକରଣ ଓ ଫୁଲ ଚାରା ସୁଲଭ ମୂଲ୍ୟରେ ବିକ୍ରୟ କରାଯିବ ବୋଲି କୃଷି ଉଦ୍ୟାନ ହିତାଧିକାରୀ ସୁନିତା ପଟନାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବୁଦ୍ଧିଜୀବୀ ଦେବାନନ୍ଦ ନାୟକ, ବିଭୁ ଚନ୍ଦ୍ର ନାୟକ, ମନୋଜ ସାହୁ ଓ ସାମ୍ବାଦିକ ଅଂଶୁମାନ ପଣ୍ଡା ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ