ଛତିଆ ସେବକ ଜରା ଆଶ୍ରମରେ ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ

କଟକ, (ଓ୍ବାଇଏନଏସ): ଓଡ଼ିଶାର ଏକ ଅଗ୍ରଣି ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଟି ଓଡ଼ିଶାର ସଭାପତି ଡକ୍ଟର ଗୋପାଳ ଚନ୍ଦ୍ର ବାରିକ, ଉପସଭାପତି ବିପିନ ପଣ୍ଡା, ସମ୍ପାଦକ ଭାଗିରଥି ପାଣିଗ୍ରାହୀ, କୋଷାଧ୍ୟକ୍ଷ ଇଞ୍ଜିନିୟର ରଞ୍ଜିତ ଦାସ,ସହ ସମ୍ପାଦକ ଦୁର୍ଯୋଧନ ବେହେରା, ଯୁଗ୍ମ ସମ୍ପାଦକ ସଞ୍ଜୟ ମହାରଣା, କାର୍ଯକାରୀ ସମ୍ପାଦକ ବ୍ରହ୍ମାନନ୍ଦ ଜେନା ଆସି ଆଶ୍ରମରେ ପହଞ୍ଚିଥିଲେ। ଅନ୍ତେବାସୀ ମାନଙ୍କୁ ଚାଉଳ, ଚୁଡ଼ା, ବିସ୍କୁଟ, ତେଲ, ସାବୁନ, ଫଳ, ସାଡ଼ି, ସୁଜି, ଅଟା ଆଦି ସାମଗ୍ରୀ ପ୍ରଦାନ କରିଥିଲେ। କିଛି ସମୟ ଅତି ବାହିତ କରିଥିଲେ ଅନ୍ତେବାସୀ ମାନଙ୍କ ସହ।ଏହି ମହତ୍ ଉଦ୍ଦେଶ୍ୟରେ ଯେଉଁ ମାନେ ସାହାଯ୍ୟ କରିଥିଲେ ସେମାନେ ଯଥାକ୍ରମେ କମଳିନୀ ଦାସ, ସୁଚିତ୍ରା ସାହୁ, ସଂଯୁକ୍ତ ସାହୁ, ସାଇଶ୍ରଧା ସାହୁ, ଅରୁଣାନସୁ ଶତପଥୀ, ସରୋଜ ନାୟକ, ସୁନିଲ ରାଉତ, ରଞ୍ଜୁଲତା ତ୍ରିପାଠୀ। ସମସ୍ତ ସହଯୋଗୀଙ୍କୁ ଅନ୍ତେବାସୀ ମାନେ ଆଶୀର୍ବାଦ କରିଥିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସମସ୍ତେ ଲାଭ କରନ୍ତୁ ଅନୁଷ୍ଠାନ ତରଫରୁ ପ୍ରାର୍ଥନା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ