ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଚାରାବଣ୍ଟନ କାର୍ଯ୍ୟକ୍ରମ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଚାରାବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ଭାଗୀରଥି ବେହେରାଙ୍କ ନେତୃତ୍ୱରେ ଛତ୍ରପୁର ଗୁରୁବାର ହାଟ ଠାରେ ବିଭିନ୍ନ ରକମର ଚାରାବଂଟନ କରାଯାଇଛି । ପରିବେଶ ସୁରକ୍ଷା ଓ ପ୍ରଦୂଷଣ ମୁକ୍ତ ଲାଗି ଘରେ ଘରେ ଗଛ ଲଗାଇ ପରିବେଶକୁ ସୁରକ୍ଷା ରଖିବା ଲକ୍ଷ୍ୟ ନେଇ କଂଗ୍ରେସ ପକ୍ଷରୁ ଅଶୋକ, ପିଆଶାଳ, କଦମ୍ବ, କଇଠ, ରକ୍ତଚନ୍ଦନ, କରଞ୍ଜିଆ ପ୍ରଭୁତି ଚାରାବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ସଂଘର ସାଧାରଣ ସଂପାଦକ ଚକ୍ରପାଣି ପଲାଇ, ପିସିସି ସଭ୍ୟ ଭବାନୀ ବେହେରା, ପୂର୍ବତନ ଛତ୍ରପୁର ନଗର ସଭାପତି କାଳିଆ ରାଉଳ, ଏମ୍.ହାଡୁ ରେଡ୍ଡୀ, ଆର୍.ମହେଶ୍ୱର, ଆଦିତ୍ୟ ଦାସ ଓ ମହିଳା ନେତ୍ରୀ କୁନି ନାୟକଙ୍କ ସମେତ ବହୁନେତା ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।