ଜଡିବୁଟି ଦିବସ ପାଳନ ଅବସରରେ ଆସିକାରେ ଚାରାବଣ୍ଟନ କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍): ଆୟୁର୍ବେଦକୁ ବିଶ୍ୱରେ ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ଯୋଗଗୁରୁ ତଥା ଯୋଗଋଷି ସ୍ୱାମୀ ରାମଦେବଙ୍କ ସହଯୋଗୀ ଆୟୁର୍ବେଦ ଶିରୋମଣୀ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜୟନ୍ତୀ ଅବସରରେ ଆସିକାରେ ପରିବେଶର ସୁରକ୍ଷା ଲାଗି ଏକ ଚାରାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍ତରାଖଣ୍ଡ ସ୍ଥିତ ହରିଦ୍ୱାରର ପତଞ୍ଜଳୀ ଯୋଗପୀଠର ମହାସଚିବ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜୟନ୍ତୀ ଅବସରରେ ଆସିକା ଅଞ୍ଚଳର ଅନ୍ୟତମ ଆଗଧାଡିର ପରିବେଶବିତ୍‍ ତଥା ଯୋଗଗୁରୁ ଗୁଣ୍ଡିଚା ମହାରଣାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜଡିବୁଟି ଦିବସ ପାଳନ ଅବସରରେ ଅନୁଷ୍ଠିତ ଚାରାବଣ୍ଟନ କାର୍ଯ୍ୟକ୍ରମରେ ଯୋଗପ୍ରେମୀ ତଥା ସମାଜସେବୀ ଦିଲୀପ କୁମାର ପାଣିଗ୍ରାହୀ ଯୋଗଦେଇ ଆଚାର୍ଯ୍ୟ ବାଳକୃଷ୍ଣଜୀ ଆୟୁର୍ବେଦକୁ ସମଗ୍ର ବିଶ୍ୱରେ ପ୍ରଚାର ଓ ପ୍ରସାର କରି ଭାରତର ଗର୍ବ, ଗୌରବ ଓ ସଂସ୍କୃତିକୁ ବଜାୟ ରଖିପାରିଛନ୍ତି ବୋଲି ପ୍ରକାଶ କରି ଜଡିବୁଟି ଦିବସ ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ କରି ଜଡିବୁଟି ଦିବସ ସମଗ୍ର ମାନବଜାତିର ଜୀବନରକ୍ଷାର ଏକ ଉପକ୍ରମ ବୋଲି ପ୍ରକାଶ କରିଥିଲେ । ଜଡିବୁଟି ଦିବସ ପାଳନ ଅବସରରେ ଆଗ୍ରହୀ ପରିବେଶବିତ୍‍ ମାନଙ୍କୁ ହରିଡା, ବାହାଡା, ଅଂଳା, ପିଜୁଳି, ଅଶ୍ୱଗନ୍ଧା, ଗଙ୍ଗଶିଉଳି, ଭୁସଙ୍ଗ ସମେତ ବିଭିନ୍ନ କିସମର ଔଷଧୀୟ ଚାରା ବଣ୍ଟନ କରାଯିବା ସାଙ୍ଗକୁ ସେଗୁଡିକୁ ରୋପଣ କରି ଯେପରି ବଞ୍ଚିରହିପାରିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା । ଜଡିବୁଟି ଦିବସ ପାଳନ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜୟନ୍ତୀ ପାଳନ ଅବସରରେ ଯୋଗପ୍ରେମୀ ତଥା ପରିବେଶବିତ୍‍ ଗୁଣ୍ଡିଚା ମହାରଣାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଚାରାବଣ୍ଟନ କାର୍ଯ୍ୟକ୍ରମରେ ପରିବେଶବିତ୍‍ ମନୋଜ କୁମାର ମୁନି, ଜଗବନ୍ଧୁ ରେଡି, କାଳୁଚରଣ ମହାରଣା, ସୁଶାନ୍ତ କୁମାର ବେହେରା, ସଂଜୟ ଭଂଜ, ସିମାଞ୍ଚଳ ସାହୁ, ରୋଶନ୍‍ ବେହେରା, ସନିଆ ଭଂଜ, ପ୍ରକାଶ ସାହୁ, ପ୍ରଦୀପ କୁମାର ଗୌଡ, ନାରାୟଣ ପାଣିଗ୍ରାହୀ, ପଞ୍ଚାନନ ପାତ୍ର, ଭଗବାନ ମହାରଣା, ସାନ୍ତୁନୁ ବାରିକ, ଶତ୍ରୁଘନ ନାହାକ, ସୁଶାନ୍ତ ବେହେରା, ମିଥୁନ ତ୍ରିପାଠୀ, ସନ୍ୟାସୀ ଭଂଜ, ବିଭୁତି ପାଢୀଙ୍କ ସମେତ ବହୁ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ