ଯାଞ୍ଚ ହେଉନି ଖାଦ୍ୟର ମାନ, ଟଙ୍କା ଦେଇ ଖାଦ୍ୟ ଖାଇ ରୋଗ କିଣୁଛନ୍ତି ପର୍ଯ୍ୟଟକ

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) :ରାଜ୍ୟରେ ଡ଼ାଇରିଆ ଏବେ ମହାମାରୀ ରୂପ ନେବାକୁ ବସିଥିବା ବେଳେ ୯ରୁ ଉର୍ଦ୍ଧ ଜିଲ୍ଲାରେ ଏବେ ଝାଡ଼ାବାନ୍ତି ଲାଗି ରହିଅଛି। ପୁରୀ ଜିଲ୍ଲାରେ ମଧ୍ୟ ଏହା ବ୍ୟାପିବାର ଆଶଂକା ରହିଥିବା ବେଳେ ଆଗକୁ ପବିତ୍ର ରଥ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଳି ଏହି ସମସ୍ୟାକୁ ମୁଣ୍ଡବିନ୍ଧା କରିପାରେ ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଅଛନ୍ତି l ସେହିପରି ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ପ୍ରତିଦିନ ହଜାର ପର୍ଯ୍ୟଟକ ଆସୁଥିବା ବେଳେ କୋଣାର୍କରେ ଥିବା ବିଭିନ୍ନ ହୋଟେଲ ମାନଙ୍କରେ ଖାଦ୍ୟର ମାନ ଯାଞ୍ଚ ହେଉନଥିବାରୁ ଡ଼ାଇରିଆ ବା ଝାଡ଼ାବାନ୍ତି ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଅଞ୍ଚଳରେ କିଛି ହୋଟେଲରେ ବାସି ଖାଦ୍ୟ ବିକ୍ରୀ କରୁଥିବା ବେଳେ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ସାମଗ୍ରୀ ରଖୁଥିବା ବା ପ୍ରସ୍ତୁତ ହେଉଥିବା ଅଭିଯୋଗ ହେଉଛି l ଦୀର୍ଘଦିନ ଧରି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଖାଦ୍ୟର ମାନ ଯାଞ୍ଚ ହେଉନଥିବାରୁ ପଇସା ଦେଇ ସଧାରଣ ଲୋକେ ରୋଗ କିଣୁଥିବା କୁହାଯାଉଛି। ପ୍ରକୃତରେ ଖାଦ୍ୟ ନିରାପତ୍ତା ବିଭାଗ କାର୍ଯ୍ୟ କରୁଛି କି ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ଝାଡ଼ାବାନ୍ତିକୁ ଆଖି ଆଗରେ ରଖି କୋଣାର୍କ ଏନ୍ଏସି ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସଚେତନତା କରାଯାଇଥିବା ବେଳେ ଖାଦ୍ୟର ମାନ ପରୀକ୍ଷା କରିବାକୁ କୌଣସି ପଦକ୍ଷେପ ନିଆଯାଇନାହିଁ l ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ବିଭିନ୍ନ ହୋଟେଲ ଯାଞ୍ଚ୍ କରାଗଲେ ଅଭିଯୋଗର ସତ୍ୟତା ସାମ୍ନାକୁ ଆସିବ ବୋଲି ସାଧାରଣରେ ଦାବୀ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ