ବିଦେଶୀ ମଦ ଜବତ : ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଅବକାରୀ ଥାନା ଭାରପ୍ରାପ୍ତ ଓଆଇସି ଏନ୍. ତ୍ରିପତୀ ରବିବାର ବି. ତୁରୁବୁଡ଼ି ଗ୍ରାମର ରମେଶ ରେଡ୍ଡୀ ଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛନ୍ତି।ଅବକାରୀ ମାମଲା ନଂ.୧୮୬/୨୫-୨୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅବକାରୀ ଥାନା ଭାରପ୍ରାପ୍ତ ଓଆଇସି ସଦଳବଳେ ଶନିବାର ସନ୍ଧ୍ୟାରେ ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଯୋଗିଆ ପଲ୍ଲୀ ରାସ୍ତାରେ ରମେଶ ଏକ ବ୍ୟାଗ ଧରି ସନ୍ଦେହଜନକ ଭାବେ ଠିଆ ହୋଇଥିଲେ।ଅବକାରୀ କର୍ମଚାରୀ ବୃନ୍ଦ ତାଙ୍କୁ ଅଟକାଇ ଖାନତଲାସି କରିବାରୁ ସେଥିରେ ବହୁ ସଂଖ୍ୟକ ବିଦେଶୀ ମଦ ବୋତଲ ଥିବା ଜଣାପଡିଥିଲା। ଘଟଣାସ୍ଥଳରେ ଜବତ ତାଲିକା ପ୍ରସ୍ତୁତ କରାଯାଇ ମାପଚୁପ କରିବାରୁ ବୋତଲ ଗୁଡିକରେ ୧୪.୭୫୦ ଲିଟର ବିଦେଶୀ ମଦ ଥିବା ଜଣାପଡିଥିଲା। ତାଙ୍କୁ ପଚରାଉଚୁରା କରିବାରୁ ସେ ଗ୍ରାମରେ ବେଆଇନ ଭାବେ ମଦ ବିକ୍ରୀ କରୁଥିବା ସ୍ବୀକାର କରିଥିଲେ। ଅବକାରୀ କର୍ମଚାରୀ ବୃନ୍ଦ ତାଙ୍କୁ ଉଠାଇ ଆଣି ଅବକାରୀ ଥାନାରେ ଅଟକ ରଖିଥିଲେ।


