ଫାଷ୍ଟ ଫୁଡ୍ ଦୋକାନରୁ ବିଦେଶୀ ମଦ ଜବତ : ଅଭିଯୁକ୍ତକୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ର ପ୍ରଦୀପ ବେହେରା ଙ୍କ ଫାଷ୍ଟଫୁଡ଼ ଦୋକାନ ଉପରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଇନ୍ସପେକ୍ଟର ମନିଷା ଭୋଳ ଚଢାଉ କରି ବିଭିନ୍ନ ନାମୀ ଦାମୀ କମ୍ପାନୀ ନିର୍ମିତ ୯୦ ଟି ବିଦେଶୀ ମଦ ବୋତଲ ଜବତ କରିଛନ୍ତି।ଫାଷ୍ଟଫୁଡ଼ ଦୋକାନୀ ଗାଁ ରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରୀ କରୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା।ଦୋକାନ ଭିତରେ ଅବକାରୀ କର୍ମଚାରୀ ବୃନ୍ଦ ଖାନ ତଲାସ କରାଯିବାରୁ ମଦ ବୋତଲ ଥିବା ଜଣାପଡିଥିଲା। ସେ ବିକ୍ରୀ ପାଇଁ ମଦ ମହଜୁଦ ରଖିଥିବା ସ୍ବୀକାର କରିଥିଲେ। ପରେ ତାଙ୍କୁ ଗିରଫ କରି ଅବକାରୀ ମାମଲା ନଂ.୫୫/୨୫-୨୬ ଅନୁଯାୟୀ ସୋମବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ସାକ୍ଷ୍ୟ ମାନଙ୍କ ଉପସ୍ଥିତି ରେ ଜବତ ମଦ ରୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଜିଲା ଫରେନ୍ସିକ ଲ୍ୟାବ କୁ ପଠାଯାଇଥିବା ଜଣାପଡ଼ିଛି।