ହାତୀ ଆଗମନର ଆଗୁଆ ସୂଚନା ପ୍ରଦାନ କରୁନାହାନ୍ତି ବନବିଭାଗ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଚମ୍ପୁଆ ରେଞ୍ଜ ବାଲିବନ୍ଧ ବନାଞ୍ଚଳ କୁ ବର୍ଷର ଅଧିକାଂଶ ସମୟ ରେ ହାତୀ ମାନେ ପ୍ରବେଶ କରୁଛନ୍ତି। ହାତୀ ମାନେ ପ୍ରବେଶ କରିବା କିମ୍ବା ହାତୀମାନଙ୍କର ଗତି ପଥ ସମ୍ପର୍କରେ ବନ ବିଭାଗ ତରଫରୁ ଜନସାଧାରଣ ମାନଙ୍କୁ କୌଣସି ଆଗୁଆ ସୂଚନା ପ୍ରଦାନ କରୁଥିବାରୁ ଅନେକ ସମୟରେ ହାତୀ ମାନଙ୍କୁ ଦ୍ବାରା ଧନଜୀବନ ହାନୀ ହେଉଥିବା ଅଭିଯୋଗ ହେଉଛି। ବାଲିବନ୍ଧ ବନାଞ୍ଚଳ ର ବିଶେଷ କରି ନିଶ୍ଚିନ୍ତପୁର, କନକନା, ହରିଡା ଯୋଡ଼ି,କୁଟୁଗାଁ, ମଧୁପୁର,ମଣଦା,ସୋଲଗୋଡା, ଲକ୍ଷ୍ମୀପଶି, ଗୋବିନ୍ଦପୁର, ଦୁର୍ଗାପୁର, ସେହିପରି ମାଲଦା ବିଟର ନୟାଗଡ଼ ବସନ୍ତପୁର ଆଦି ଅଞ୍ଚଳରେ ବର୍ଷର ଅଧିକାଂଶ ସମୟ ରେ ହାତୀ ମାନେ ରହି କ୍ଷୟକ୍ଷତି କରି ଚାଲିଛନ୍ତି। ବନ ବିଭାଗ ର ଦାୟିତ୍ଵ ହିନତା ଯୋଗୁଁ ଅନେକ ସମୟରେ ହାତୀ ମଣିଷ ଲଢେଇ ହେଉଛି ଏବଂ ହାତୀ ମାନଙ୍କ ଦ୍ବାରା ମଣିଷ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ହାତୀ ଏହି ବନାଞ୍ଚଳ କୁ ପ୍ରବେଶ କରିବା ପରେ ହାତୀ ମାନେ ଦିନ ତମାମ କେଉଁ ଠାରେ ଆଶ୍ରୟ ନେଉଛନ୍ତି ସେ ସମ୍ପର୍କରେ ବନ ବିଭାଗର ଅଧିକାରୀ ମାନେ ଜନସାଧାରଣ ମାନଙ୍କୁ କୌଣସି ଆଗୁଆ ସୂଚନା ପ୍ରଦାନ କରୁ ନାହାନ୍ତି। ଯାହା ଫଳରେ ଜଙ୍ଗଲ ପାର୍ଶ୍ବ ରେ ରହିଥିବା ବସ୍ତିର ଜନସାଧାରଣ ମାନେ ଜଙ୍ଗଲ ଭିତରକୁ ଶୁଖିଲା ଜାଳେଣି କାଠ ସଂଗ୍ରହ କିମ୍ବା ଛତୁ ସଂଗ୍ରହ କରିବା ପାଇଁ ଗଲା ବେଳେ ହାତୀ ହାବୁଡରେ ପଡି ଯାଇଛନ୍ତି। ବନ ବିଭାଗ ଯଦି ଜନସାଧାରଣ ମାନଙ୍କୁ ହାତୀ ଥିବା ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ କରନ୍ତା ତା ହେଲେ ଜନସାଧାରଣ ସତର୍କ ହୋଇଯାନ୍ତେ। ସେହିପରି ହାତୀ ମାନେ ଅନେକ ସମୟରେ ଜଙ୍ଗଲ ଭିତରୁ ବାହାରି ଆସି ଜନସାଧାରଣ ମାନଙ୍କ ବିଲ ବାଡ଼ିରେ ପଶି ଫସଲ ନଷ୍ଟ କରିବା ସହିତ ଚାଳ ଛପର ଘରର କାନ୍ଥ କୁ ଭାଙ୍ଗି ଗରିବ ପରିବାର ମାନେ ସାଇତି ରଖିଥିବା ଧାନ ଚାଉଳ କୁ ଅନାୟସରେ ଖାଇ ଯାଇଥିଲେ। ହାତୀ ମାନଙ୍କ ଗତିବିଧି ସମ୍ପର୍କରେ ଜନସାଧାରଣ ମାନଙ୍କୁ ବନ ବିଭାଗ କୌଣସି ଆଗୁଆ ସୂଚନା ପ୍ରଦାନ କରୁ ନାହାନ୍ତି ଯାହା ଫଳରେ ଧନ ଜୀବନ ହାନୀ ଠାରୁ ଆରମ୍ଭ କରି ଚାଷ ଜମି କୁ ହାତୀ ମାନେ ଉଜାଡି ଦେଉଥିବାରୁ ଗରିବ ପରିବାର ସର୍ବସ୍ବାନ୍ତ ହୋଇ ଯାଉଛନ୍ତି।