ବନବିଭାଗ ପକ୍ଷରୁ ଚଢାଉ : ଲକ୍ଷାଧିକ ଟଙ୍କା ମୂଲ୍ୟର କାଠ ଗଣ୍ଡି ଜବତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଜପତି ଜିଲା ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟ ଅତିରିକ୍ତ ବନ ସହ ସଂରକ୍ଷକ ଅରୁଣ କୁମାର ସାହୁ, ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ଶୁକ୍ରବାର ସଦଳବଳେ ଅତର୍କିତ ଚଢ଼ାଉ କରି ପୋଡ଼ାମାରି ଗ୍ରାମର ଢ଼ିମିରା ସାହି,କୁମ୍ଭାର ସାହି ନିକଟ ଆମ୍ବତୋଟା ସମେତ ଗ୍ରାମର ମଣିମା ମଠ ପାର୍ଶ୍ଵ ରେ ମହଜୁଦ ଥିବା ବିପୁଳ ପରିମାଣର ପିଆଶାଳ,ସରିଗି ପ୍ରଭୃତି ବିଭିନ୍ନ କିସମର କାଠ ଗଣ୍ଡି ଜବତ କରିଛନ୍ତି। ସେହିପରି ଜଣେ ବ୍ୟକ୍ତିଙ୍କ ଠାରୁ ସୂଚନା ପାଇ ଗୁରୁବାର ରାତି ପ୍ରାୟ ୮ ରେ ବନ କର୍ମଚାରୀ ବୃନ୍ଦ ରେଞ୍ଜର ଙ୍କ ନେତୃତ୍ୱରେ ପୋଡ଼ାମାରି ଗ୍ରାମ ନୂଆବନ୍ଧ ହିଡ ରେ ପାଳ ଘୋଡାଇ ରଖାଯାଇଥିବା ସରୁପତରି, ଟାଙ୍ଗିଣୀ,ବାଇଲ ପ୍ରଭୃତି ବିଭିନ୍ନ କିସମର କଞ୍ଚା କାଠ ଗଣ୍ଡିି ଜବତ କରି ରେଞ୍ଜ କାର୍ଯ୍ୟାଳୟ କୁ ଅଣାଯାଇଥିଲା। ଏହି ଚଢାଉ ଧରପଗଡ ରେ ଲକ୍ଷାଧିକ ଟଙ୍କା ମୂଲ୍ୟର ୯୫ ଘନଫୁଟ ରୁ ଉର୍ଦ୍ଧ୍ବ କାଠ ଏବଂ ୧ ଷ୍ଟାର୍ଟ ଜାଳ କାଠ ଜବତ କରାଯାଇଛି।ଏନେଇ ବନ ବିଭାଗ ମାମଲା ନଂ. ୟୁ.ଡି.୧୫/୧୬/୧୭/୧୮/ ୨୫-୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। କିଛି ବ୍ୟକ୍ତି ଏସବୁ କାଠ ଗୁଡ଼ିକୁ ଚୋରା ଚାଲାଣ ପାଇଁ ମହଜୁଦ ରଖିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ରେଞ୍ଜର କହିଛନ୍ତି। ଅପରପକ୍ଷରେ ମୃତଦେହ ସଂସ୍କାର ପାଇଁ ଗ୍ରାମରେ ଆବଶ୍ୟକ କାଠ ର ଅଭାବ ରହୁଥିବାରୁ କିଛି ବ୍ୟକ୍ତି ଗତ ୩ ଦିନ ପୂର୍ବେ ନିକଟସ୍ଥ ଜଙ୍ଗଲରୁ ଶୁଖିଲା କାଠ ସଂଗ୍ରହ କରି ରଖିଥିଲେ ବୋଲି ଗ୍ରାମବାସୀ ବନ ବିଭାଗ ଅଧିକାରୀ ମାନଙ୍କୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ