ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବନପାଳ ସନ୍ତୋଷ କୁମାର ବିଷୋୟୀ ରତ୍ନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସେ ଉପସ୍ଥିତ ଛାତ୍ରୀଙ୍କୁ  ବୃକ୍ଷର ଉପକାରିତା ସଂପର୍କରେ ବୁଝାଇବା ସହ ଏହା ପରିବେଶକୁ ସନ୍ତୁଳନ ରକ୍ଷା କରିଥାଏ ବୋଲି ସଚେତନ କରାଇଥିଲେ । ପରିଶେଷରେ ମାଆ ପାଇଁ ଗଛଟିଏ ଅଭିଯାନ ଜରିଆରେ ନିଜେ ଚାରା ରୋପଣ କରିବା ସହ ଅନ୍ୟମାନଙ୍କୁ ଚାରା ଲଗାଇବାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବନରକ୍ଷୀ ପ୍ରମୋଦ କୁମାର ସ୍ବାଇଁ , ଦିଗପହଣ୍ଡି ସିଆରସିସି ଅନୀଲ କୁମାର ଦାସ ଉପସ୍ଥିତ ଥିଲେ ।ସହକାରୀ ଶିକ୍ଷକ ଜଗଦୀଶ ସାହୁ , କାଳୀଚରଣ ନାୟକ,ଅଜିତ ପଣ୍ଡା, କ୍ରୀଡା ଶିକ୍ଷକ ବାପୁନ୍ ରେଡ୍ଡୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ  ଶିକ୍ଷୟତ୍ରୀ ସଙ୍ଗୀତା ସାହୁ , ଲତିକା ଦେବୀ , ସୁଜାତା ପାଢୀ  , ଅରୁନ୍ଧତୀ ପଦ୍ର ପ୍ରମୁଖ ସହଯୋଗ କରିଥିଲେ ।ସେହିପରି  ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଡବୁରୁଡ଼ା ଓ ସାନବୁରୁଡ଼ା ଗ୍ରାମ ସ୍ଥିତ ଶବରୀ ମାତା ଆଶ୍ରମରେ ବୁଧବାର ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଆଶ୍ରମ ପ୍ରତିଷ୍ଠାତା ଶ୍ରୀକାନ୍ତ ପାଢ଼ୀ ଙ୍କ  ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ  ଶୁଭ ଉଦଘାଟନ କରି ଗଛ ଲଗାଇଥିଲେ  ବନପାଳ  ସନ୍ତୋଷ ବିଷୋୟୀ ରତ୍ନ,  ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଭିନ୍ନ କିସମର  ପ୍ରାୟ ୫ ଶହ ବୃକ୍ଷ  ରୋପଣ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଙ୍କଜ ଭୂୟାଁ, କାଳୁ ଚରଣ ବିଷୋୟୀ, ମଦନ ଗୋପାଳ ଦୋରା, ସଂଗ୍ରାମ ପାଢ଼ୀ, ବିପ୍ର ମଲ୍ଲିକ, ନକୁଳ ମଲ୍ଲିକ, ଡମ୍ବୁର ମଲ୍ଲିକ, ଉଜ୍ଜଳ ମଲ୍ଲିକ,କଳ୍ପନା ବିଷୋୟୀ, ଦେବାଶିଷ ସାହୁ, ଅଶୋକ ମାଳି,ଆଶିଷ ବିଷୋୟୀ ପ୍ରମୁଖ ଉପସ୍ଥିତ  ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ