ବନ ମହୋତ୍ସବ ପାଳିତ
ହାଟଡ଼ିହି, ( ପାର୍ଥ ସୌରଭ ସା): ହାଟଡିହି ହାଇସ୍କୁଲ ପରିସରରେ ହଦଗଡ଼ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ୭୬ତମ ବନ ମହୋତ୍ସବ ପାଳନ ହୋଇଯାଇଛି। ହାଟଡିହି ତାଳୁକ୍ ଲିଗାଲ ସର୍ଭିସ କମିଟି , ହାଟଡିହି ବରିଷ୍ଠ ନଗରିକ ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଟଡିହି ଜେ.ଏମ.ଏଫ.ସି ସୌରଭ ଶର୍ମା, ହଦଗଡ଼ ରେଞ୍ଜର ମାର୍ଶାଲ କିସ୍କୂ, ବନପାଳ ମଳୟ କୁମାର ସାହୁ, ପ୍ରଧାନ ଶିକ୍ଷକ ପରମାନନ୍ଦ ପରିଡ଼ା, ବରିଷ୍ଠ ନାଗରିକ ସଙ୍ଘ ସଭାପତି ସାରଙ୍ଗଧର ଜେନା, ଡାକ୍ତର ବିହାରୀ ଗୋଳେଖ ନାୟକ, ଗଣନାଥ ନାୟକ ପ୍ରମୁଖ ଯୋଗଦେଇ ଚାରା ରୋପଣ କରିଥିଲେ। ବନରକ୍ଷୀ ଜ୍ୟୋତିରଞ୍ଜନ ମାଝୀ ଏବଂ ସବୁଜବାହିନୀଙ୍କ ସମେତ ହାଇସ୍କୁଲର ଛାତ୍ରଛାତ୍ରୀମାନେ ମିଶି ଆମ୍ବ, ପଣସ, ଅମୃତଭଣ୍ଡା, ଜାମୁ, ଲେମ୍ବୁ, ଓଉ, ମେହେଗାନୀ ଆଦି ବିଭିନ୍ନ କିସମର ଚାରାରୋପଣ କରିଥିଲେ l ଶିକ୍ଷକ ପ୍ରମୋଦ କୁମାର ବେହେରା, ଶାଇ ସୌମ୍ୟ ରାଉଳ, ମାନସ କୁମାର ନାୟକ,ମାନସୀ ସାହୁ,ଅନିତା ବେହେରା,ଲୀଳାବତୀ ଯେନା , ତୃପିମୟୀ ଜେନା , ତାପସ କୁମାର ନାୟକ, ହରପଦ ଭଟ, କବି ପ୍ରସାଦ ରାଉତ, ସରୋଜ କୁମାର ବେହେରା , ଜ୍ୟୋତିପ୍ରକାଶ ବେହେରା, ଜେ.ଏମ.ଏଫ.ସି କର୍ମଚାରୀ ମିନାକ୍ଷୀ ଧିର, ଅନନ୍ୟା ପରିଡ଼ା, ଶ୍ରୁଲେଖା ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।