ତାଲୁକା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବନମହୋତ୍ସବ ପାଳିତ
ପୋଲସରା, (ଅନୀଲ କୁମାର ମହାରଣା) : ତାଲୁକା ଆଇନ ସେବା ପ୍ରାଧିକରଣ, ପୋଲସରା ଆନୁକୂଲ୍ୟରେ ପୋଲସରା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ୭୬ ତମ ବନ ମହୋତ୍ସବ ଜୁଲାଇ ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ତାଲୁକା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଏ. ଅବିନାଶ ନାଇଡୁଙ୍କ ଅଧ୍ୟକ୍ଷତାରେ ଓକିଲ ବୃନ୍ଦଙ୍କ ମଧ୍ୟରୁ ଓକିଲ ସଙ୍ଘ ସଭାପତି କବିରାଜ ଦାସ, ଉପସଭାପତି ଅକ୍ଷୟ ଦାସ, ସହ ସମ୍ପାଦକ ବିଜୟ କୁମାର ଶାସମଲ, କୋଷାଧ୍ୟାକ୍ଷ ପ୍ରହଲ୍ଲାଦ ବିଷୋୟୀ, ପୂର୍ବତନ ସଭାପତି ବଳରାମ ପ୍ରଧାନ, ସଚ୍ଚିଦାନନ୍ଦ ପାଣିଗ୍ରାହୀ, ଏ. ପ୍ରଶାନ୍ତ କୁମାର ଆଚାରୀ, ଏ. ରବିନ୍ଦ୍ର କୁମାର ପାତ୍ର, ସପନ ମିଶ୍ର, ସୀତାକାନ୍ତ ମିଶ୍ର, ଶରତ ଚନ୍ଦ୍ର ପଟ୍ଟନାୟକ, ବାସୁଦେବ ଡାକୁଆ, ହରପ୍ରସାଦ ଦାସ, ରଜନୀକାନ୍ତ ପ୍ରଧାନ ଓ ଅନ୍ୟାନ୍ୟ ଓକିଲ ବନ୍ଧୁ, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଷଡ଼ଙ୍ଗୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀଙ୍କ ସମେତ ସ୍ଥାନୀୟ ବନବିଭାଗ କର୍ମଚାରୀ ଓ କୋର୍ଟର ସମସ୍ତ କର୍ମଚାରୀ, କୋର୍ଟ ସି.ଏ.ଏସ.ଆଇ. ଗୋପୀନାଥ ପାତ୍ର ଏବଂ ବହୁ ବରେଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ମା ପାଇଁ ଗଛଟିଏ ସ୍ଲୋଗାନ ଦେଇ ସମସ୍ତେ ଗୋଟାଏ ଲେଖାଏଁ ଚାରା ବିଦ୍ୟାଳୟ ପରିସରରେ ରୋପଣ କରିଥିଲେ।