ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ
ବେତନଟୀ(ଓ୍ବାଇଏନଏସ) : ବେତନଟୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତଙ୍କ ତତ୍ୱାବଧାନରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ‘”ମା ପାଇଁ ଗଛଟିଏ “ଶିରୋନାମାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପର୍ଯ୍ୟାବରଣକୁ ସୁସ୍ଥ ରଖିବା ଏବଂ ଜନ ସଚେତନତା ସୃଷ୍ଟି କରିବା ଥିଲା ଏହାର ମୂଳ ଲକ୍ଷ୍ୟ। ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତ ଏବଂ ମନସ୍ତତ୍ତ୍ୱ ବିଭାଗର ବିଭାଗୀୟ ମୁଖ୍ୟା କଳ୍ପଲତା ବେହେରା ବୃକ୍ଷ ରୋପଣର ମହତ୍ତ୍ଵ ଏବଂ ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହ ପ୍ରୋତ୍ସାହିତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ସମସ୍ତେ ମିଳିତ ଭାବରେ ଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରିଥିଲେ । ମହାବିଦ୍ୟାଳୟର ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ତଥା ଜାତୀୟ ସେବା ଯୋଜନା , ଯୁବ ରେଡ୍ କ୍ରସ୍ ଏବଂ ସ୍କାଉଟ୍ ଏଣ୍ଡ ଗାଇଡ୍ ର କର୍ମକର୍ତ୍ତା ସନ୍ଦୀପ ଡୁଙ୍ଗଡୁଙ୍ଗ, ଶ୍ରଦ୍ଧାଞ୍ଜଳି ନାଏକ,ରାଜନ୍ କୁମାର ମିଶ୍ର, ଡଃ ଅଭିଷେକ ମହାନ୍ତ, ଅଭିଜିତ ମହାନ୍ତି, କିଶୋର ଚନ୍ଦ୍ର ଲେଙ୍କା, ଭାନୁପ୍ରିୟା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏତଦବ୍ୟତୀତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ମିଳିତ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ସୁଚାରୁରୂପେ ସଂପନ୍ନ ହୋଇପାରିଥିଲା।


