ଜଙ୍ଗଲ ନିଆଁ ପ୍ରତିରୋଧ ପ୍ରତିକାର ସଚେତନତା

ହାଟଡିହି (ଓ୍ବାଇଐନଏସ): ହାଟଡିହି ବ୍ଲକ ଗଡ଼ଚଣ୍ଡୀ ପୀଠ ଠାରେ ଜଙ୍ଗଲ ନିଆଁ ପ୍ରତିରୋଧ ପ୍ରତିକାର ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଆନନ୍ଦପୁର ବନ ଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା ଯୋଗଦେଇ ଜଙ୍ଗଲରେ ନିଆଁ ଲଗାଇବା ଏକ ଦଣ୍ଡନୀୟ ଅପରାଧ ଓ ଏଥିପାଇଁ ସର୍ବାଧିକ ୭ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଆର୍ଥିକ ଜୋରିମାନା ପ୍ରାବଧାନ ଅଛି ବୋଲି ସତର୍କ କରାଇ ଥିଲେ । ଜଙ୍ଗଲରେ ନିଆଁ  ନ ଲାଗିଲେ ଭିଏସଏସ ଓ ଇଡିସି ଙ୍କୁ ପୁରସ୍କାର ର ବ୍ୟବସ୍ଥା ଅଛି ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଥିଲେ। ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବିଶ୍ୱାଳ ଜଙ୍ଗଲ ମଧ୍ୟରେ କିପରି ଫାୟାର ଲାଇନ କରାଯାଇ ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ପ୍ରଦାନ କରାଯାଇ ପାରିବ ତାହା ଉପରେ ସଚେତନ କରାଇ ଥିଲେ। ବନାଞ୍ଚଳ ଅଧିକାରୀ ମାର୍ସଲ କିସ୍କୁ ବନ, ବନ୍ୟପ୍ରାଣୀ, ଓ ପରିବେଶ ସୁରକ୍ଷା ଦିଗରେ ଭିଏସଏସ, ଇଡିସି ଓ ଜନସାଧାରଣଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବନପାଳ ଲଷ୍ମୀଧର କିସ୍କୁ, ବନରକ୍ଷୀ ସୁଶ୍ରୀ ଗୀତିସ୍ମିତା ମହାପାତ୍ର, ଜ୍ୟୋସ୍ନାରାଣୀ ନାଇକ, ଜ୍ୟୋତିରଞ୍ଜନ ମାଝୀ, ରବୀନ୍ଦ୍ର ନାଇକ, ମଣି ଶଙ୍କର ରାଜ, ଓ.ଏଫ.ଏସ.ଡ଼ି.ଏସ ର ଟିମ ଲିଡର ବିଜୟ କୁମାର ସାହା, ଡ଼ି.ଓ ବିବେକାନନ୍ଦ ପଣ୍ଡା କାର୍ଯ୍ୟାକ୍ରମ ପରିଚାଳନା କରିଥିବା ବେଳେ ବନପାଳ ମଳୟ କୁମାର ସାହୁ ‘ଜଙ୍ଗଲରେ ନିଆଁ ଲଗାଇବନି, ଶପଥ କରିବା ଭାଇ ଭଉଣୀ ‘ ସ୍ଲୋଗାନ ମାଧ୍ୟମରେ ଶପଥ କରାଇ ଥିଲେ। ଏଥିରେ ରଙ୍ଗାମାଠିଆ, ଗଡ଼ଚଣ୍ଡୀ, କାଳିଆମ୍ବ, ସଙ୍ଗମ, ହରଡ଼ବାଡ଼ି, ପଢିଆରିପଲ୍ଲୀ, ପୁରୁଣାପାଣି, ଆସିଆ, ପଥରପଦା ଆଦି ଗ୍ରାମର ବନ ସୁରକ୍ଷା ସମିତି, ଇଡିସି, ଭିଏସଏସ ର ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ଦେବାକୁ ଶପଥ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ