ତିନି ନ୍ୟାର୍ଯ୍ୟ ଦାବିକୁ ନେଇ ବନ କର୍ମଚାରୀଙ୍କ କଳାବ୍ୟାଜ୍ ପରିଧାନ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ) ରାୟଗଡା ବନଖଣ୍ଡ ଅନ୍ତର୍ଗତ ସ ସାତ ଗୋଟି ରେଞ୍ଜ ପକ୍ଷରୁ ଉପ-ବନାଞ୍ଚଳ  ଅଧୀକାରୀ, ବନପାଳ ଏଂବ ବନରକ୍ଷୀ କର୍ମଚାରୀ ମାନେ ତିନି ଗୋଟି ନ୍ୟାର୍ଯ୍ୟ ଦାବି ନେଇ କଳାବ୍ୟାଜ୍ ପରିଧାନ କରିଛନ୍ତି । ଏହି ଅବସରରେ  ଓଡିଶା ଅଣ ଗେଜେଟେଡ଼ ବନ ସେବା ସଂଘ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ବସିଥିଲା । ଗତ ୨୪. ୫. ୨୫ ତାରିଖରେ ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ରେଞ୍ଚୀ ପ୍ରହଲ୍ଲାଦ ପ୍ରଧାନ,ବନରକ୍ଷୀ ଜଙ୍ଗଲ ମଧ୍ୟରେ ପେଟ୍ରୋଲିଂ କରୁଥିବା ସମୟରେ ଶିକାରୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାକୁ ସଂଘ ତରଫରୁ ତୀବ୍ର ନିନ୍ଦା କରିବା ସହ ଦୋଷୀ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରାଯାଇଥିଲା । ଓଡିଶା ଅଣ ଗେଜେଟେଡ଼ ବନ ସେବା ସଂଘ ୩ ଗୋଟି ଦାବି ରଖୁଛନ୍ତି । ସେ ଦାବୀ ଗୁଡ଼ିକ ହେଲା ଫାଷ୍ଟ ଟ୍ରାକ କୋର୍ଟ ରେ ସଂପୃକ୍ତ କେସକୁ ବିଚାର କରାଇ ମୃତକଙ୍କ ପରିବାରଙ୍କୁ ୧ କୋଟି ଟଙ୍କା ଅନୁକମ୍ପା ସହାୟତା ଯୋଗାଇ ଦେବାକୁ ସରକାର ନିକଟରେ ଦାବୀ କରାଯାଇଛି । ସେହିପରି ଫରେଷ୍ଠ କମିଶନ ଗଠନ କରି କେଡ଼ର ପରିମାର୍ଜନ, ତାଲିମ ଓ ନିଯୁକ୍ତି ପ୍ରକ୍ରିୟା ଏବଂ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ସହ ସମସ୍ତ ଓ୍ୟୁଙ୍ଗଙ୍କୁ ଇଣ୍ଟିଗ୍ରେଟ କରି ଜିଲ୍ଲା ବା ସର୍କଲ ସ୍ତରରେ ଗୋଟିଏ ସ୍ଥାନରେ ରହି  ପରିଚାଳନା କରାଯାଉ।ପୁଣି ଭୌଗୋଳି ଗୋଳିକ ଅଞ୍ଚଳ ଓ ଜଙ୍ଗଲ ଘନତା ଅନୁସାରେ ରେଞ୍ଜ/ସେକ୍ସନ/ବିଟର ପୁନର୍ଗଠନ କରାଯାଉ, ବନ୍ୟପ୍ରାଣୀ ଓ ଟେରିଟୋରୀଆଲ୍ ଡ଼ିଭିଜନ ମାନଙ୍କରେ ସ୍ଲୋଶାଲ ଷ୍ଟ୍ରାଇକିଂ ଫୋର୍ସ (SSF) ଏବଂ ରାପିଡ୍ ରେସୁଣ୍ଡ ଟିମ୍ (RRT) ପାଇଁ ସ୍ବତନ୍ତୁ କର୍ମଚାରୀ ନିୟୋଜନ କରିବା କରିବା ସହ ନୂତନ କେଡ଼ର ପୋଷ୍ଟ୍ ସୃଷ୍ଟି କରାଯାଉ।  ପୋଲିସ ବିଭାଗ ଭଳି ଇନସ୍ୟୁରାନ୍ସ ପେକେଜ୍ କରାଯିବା ନିମନ୍ତେ ସରକାର ଙ୍କ ଠାରେ ଦାବୀ କରାଯାଇଛି । ସରକାର ଏହି ଦାବି ଗୁଡିକ ପ୍ରତି ଧ୍ୟାନ ନ ଦେବାରୁ ଗତ ଜୁନ ୯ ତାରିଖରେ ସର୍କିଲ କାର୍ଯ୍ୟାଳୟ ରାୟଗଡା ଓ କୋରାପୁଟର ସମସ୍ତ କର୍ମଚାରୀ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦିଆଯାଇଥିଲା।ଜୁନ ୧୪ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ମତାମତକୁ ଅପେକ୍ଷା କରାଯାଇଥିଲା । କିନ୍ତୁ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ୧୫ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବନଖଣ୍ଡ ର ସମସ୍ତ କର୍ମଚାରୀ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ କରିବେ । ଯଦି ଅତିଶୀଘ୍ର ଶୀଘ୍ର ଦାବି ପୂରଣ ନହେଲେ ଆସନ୍ଧା ୨୨ ତାରିଖରୁ ସମସ୍ତ କର୍ମଚାରୀ ସାମୁହିକ ଛୁଟିରେ ରହି ଶାନ୍ତିପୂର୍ଣ୍ଣ ଭାବରେ ସର୍କିଲ ଅଫିସ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ରାୟଗତା ବନଖଣ୍ଡ ବନ ସେବା ସଂଘର ଉପ ସଭାପତି ସୂର୍ଯ୍ୟ ନାରାୟଣ ପଟନାୟକ ପ୍ରକାଶ କରିଛନ୍ତି ।ଏହି କଳା ବେଜ ଅଭିଯାନରେ ଫରେଷ୍ଟର ପ୍ରଦୀପକୁମାର ଜେନା, ଶିବ ଶଙ୍କର ମହାପାତ୍ର, ବନରଖି ଅକ୍ଷୟ କୁମାର ମିଶ୍ରଙ୍କ ସମତେ ବିନାଞ୍ଚଳର ଅଣ ଗେଜେଟେଡ଼ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ