ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ
ଦିଗପହଣ୍ଡି ୬(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ରବିବାର ସକାଳେ ଅବକାରୀ ଟିମ୍ ଚଢାଉ କରି ଚୋରା ମଦ କାରଖାନା ଭାଙ୍ଗିଥିବା ଜଣାପଡିଛି।ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା,ଦିଗପହଣ୍ଡି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅନୀତା ପ୍ରଧାନ,ବ୍ରହ୍ମପୁର ଏବଂ ଗୋଳନଥରା ଅବକାରୀ କର୍ମଚାରୀ ବୃନ୍ଦ ଚଢାଉ କରି ୧୨୦୧୦ ଲିଟର ଗୁଡ଼ ମିଶ୍ରିତ ମଦ ପୋଚ ନଷ୍ଟ କରିବା ସହ ୪୨୦ ଲିଟର ରନ୍ଧା ଦେଶୀମଦ,ବିପୁଳ ପରିଣାମର ମଦ ରନ୍ଧା ସରଞ୍ଜାମ ପ୍ଲାଷ୍ଟିକ ଡ୍ରମ,ବାଲଟି ଜବତ କରିଥିବା ଜଣାପଡିଛି।ଏନେଇ ଅବକାରୀ ବିଭାଗ ପକ୍ଷରୁ ମକଦ୍ଦମା ରୁଜୁ କରାଯାଇଛି।( ଫଟୋ – ଜବତ ମଦ ଓ ମଦରନ୍ଧା ସରଞ୍ଜାମ ।