ପୂର୍ବତନ ଏବିଓଙ୍କ ଦ୍ୱାରା ତାମ୍ପଳା ସ୍କୁଲରେ ଗଜାନନଙ୍କ ବିଗ୍ରହ ସ୍ଥାପନ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ତାମ୍ପଳା ଗ୍ରାମର ଚଣ୍ଡିମାତା ନୋଡାଲ୍ ଉ:ପ୍ରା ବିଦ୍ୟାଳୟ, ପରିସରରେ ପୂର୍ବତନ ଏବିଇଓ ବିନୋଦ ରାଉତଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଗଣେଷ ଙ୍କ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଟଡିହି ବ୍ଲକର ପୂର୍ବତନ ଏବିଇଓ ତଥା ପୂର୍ବତନ ବି.ଆର.ସି.ସି ଵିନୋଦ କୁମାର ରାଉତ୍ ଓ ଶିକ୍ଷୟତ୍ରୀ ହାସ୍ୟମୟୀ ରାଜ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ। ପଣ୍ଡିତ ପ୍ରଭାକର କର ଓ ତାଙ୍କର ସୁପୁତ୍ରଙ୍କ ଦ୍ୱାରା ବୈଦିକ ରୀତିନୀତି ରେ ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା ଏହି ଉତ୍ସବରେ ହାଟଡିହି ଶିକ୍ଷାଜିଲ୍ଲାର ଅବସରର ପ୍ରାପ୍ତ ବିଇଓ ସୁରଥ କୁମାର ସାହୁ, ଅବସରପ୍ରାପ୍ତ ଏବିଇଓ ସୁରେଶ କୁମାର ଯେନା, ଭାରପ୍ରାପ୍ତ ଏବିଇଓ ପୁର୍ଣ୍ଣଚନ୍ଦ୍ର ଯେନା, ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ପିତାମ୍ବର ପାତ୍ର, ନାରାୟଣ ପାତ୍ର, ପିତବାସ ଜେନା, ଅମରେନ୍ଦ୍ର ଧଳ ଓ ସରପଞ୍ଚ ହେମଲତା ଜେନା, ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଵିନୋଦ ବିହାରୀ ବେହେରା, ସିଆରସିସି ଆଲୋକ କୁମାର ନାଥ, ସୁମନ୍ତ କୁମାର ନାୟକ, ଶ୍ରୀକାନ୍ତ ମିଶ୍ର, ପ୍ରଭାକର ଵେହେରା, ସତ୍ଯ ନାରାୟଣ ଗିରି ପ୍ରମୁଖ ଯୋଗଦେଇଥିଲେ। ଉକ୍ତ ବିଦ୍ୟାଳୟର ପୂର୍ବତନ ଶିକ୍ଷକ କପିଳ ଚରଣ ପ୍ରଧାନ, କାର୍ଯ୍ୟରତ ଶିକ୍ଷକ ଉଦ୍ଧଵ ସା , ଜଗବନ୍ଧୁ ଦାସ୍, ଶୁଚିସ୍ମିତା ଜେନା, ବବିତା ସାହୁ, ସ୍ମିତା ଵସନ୍ତରାୟ ଓ ପରିଚାଳନା କମିଟିର ସଦସ୍ୟ ନବଘନ ମହାପାତ୍ର , ଗୋପବନ୍ଧୁ ସ୍ବାଇଁ ଏବଂ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଓ ତାମ୍ପଳା ରଘୁନାଥ ପୁରର ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।


