ସଡକଦୁର୍ଘଟଣାରେ ଖେମୁଣ୍ଡି କଲେଜ ପୂର୍ବତନ ଅଧ୍ୟକ୍ଷଙ୍କ ପରଲୋକ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ସରକାରୀ ମଦଭାଟି ନିକଟରେ ଦୁର୍ଘଟଣା ଘଟି ବୁଧବାର ଅପରାହ୍ନ ରେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ପୂର୍ବତନ ଅଧ୍ଯକ୍ଷ ମୂରଲୀଧର ପ୍ରଧାନ (୬୬)ଙ୍କ ପରଲୋକ ହୋଇଯାଇଛି।ବ୍ରହ୍ମପୁର ତୁଳସୀ ନଗରରେ ରହୁଥିବା ଅଧ୍ଯକ୍ଷ ପ୍ରଧାନ ଏକ ସ୍କୁଟିରେ   ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତର ପୈତୃକ  ହାତୀଆଡି ଗ୍ରାମକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।ତେବେ ଦୁର୍ଘଟଣା କିପରି ଘଟିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଖବର ଲେଖା ଯାଏଁ ପୋଲିସ ନିକଟରେ ମଧ୍ୟ ଅଭିଯୋଗ ପହଞ୍ଚି ନଥିବା ବ୍ରହ୍ମପୁର ସଦର ଥାନା ଆଇଆଇସି କହିଛନ୍ତି।ତେବେ ବିଶ୍ବସ୍ତ ସୂତ୍ରରୁ ସୂଚନା ପ୍ରକାରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା।ସେଠାରେ ସେ ଚିକିତ୍ସିତ ହେଉଥିବା ବେଳେ ସନ୍ଧ୍ୟା ପ୍ରାୟ ୬ଟା ବେଳକୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଖବର ଜଣାପଡିବା ପରେ ଖେମୁଣ୍ଡି କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡ଼ଙ୍ଗୀଙ୍କ ସମେତ ଅନ୍ୟ  ଅଧ୍ଯାପିକା ,ଅଧ୍ୟାପକ ଓ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ