ତିନି ଦିନରେ ୬ ମୃତକଙ୍କ ପରିବାରକୁ ଭେଟିଲେ ପୂର୍ବତନ ମନ୍ତ୍ରୀ
ବୁଗୁଡ଼ା (ଅନୀଲ କୁମାର ମହାରଣା) : ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଗତ ନିର୍ବାଚନରେ ପରାଜୟ ବରଣ କରିଥିଲେ ମଧ୍ୟ ଜନସମ୍ପର୍କ ଓ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜାରୀରଖିଛନ୍ତି। ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି.କରଡାବାଡି ଗ୍ରାମର ଗୌର ପ୍ରଧାନ (୪୦) ଓ ବାବୁଲା ପୋଲାଇ(୪୫)ଙ୍କ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ମଇ ୧୭ ତାରିଖ ଦିନ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ସେହିପରି ପୋଲସରା ବ୍ଲକ ଜକର ଗ୍ରାମର ଚିତ୍ରସେନ ଗୌଡ଼(୪୦)ଙ୍କ ଆକସ୍ମିକ ମୃତ୍ୟୁ ବରଣ ଖବର ଶୁଣି ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସେହିପରି ଭାବେ ବୁଗୁଡ଼ା ବ୍ଲକ୍ ବାଲିପଦର ଗ୍ରାମର ଜିତେନ୍ଦ୍ର ନାୟକ (୫୦)ଙ୍କ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ମଇ ୧୫ ତାରିଖରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୌଡିଆବୋରଦା ପଞ୍ଚାୟତ, କାନସୁକା ଗ୍ରାମର ଶୁଭମ୍ ନାୟକ (୧୬) ଓ ଓମ୍ ନାୟକ(୨୦) ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଜାଣିବା ପରେ ମଇ ୧୩ ତାରିଖରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।