ରଘୁନାଥଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବରେ ଯୋଗଦେଲେ ପୂର୍ବତନ ବିଧାୟିକା ମଞ୍ଜୁଳା

ଆସିକା  (ୱାଇଏନ୍‍ଏସ୍‍) ଆସିକା ବ୍ଳକ ଅନ୍ତର୍ଗତ ଖାରିଆ ଗ୍ରାମ ପଞ୍ଚାୟତର ଢୁଙ୍କୁଣୀ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇ ୧୮ ତାରିଖରେ ଶେଷ ହୋଇଯାଇଥିବା ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ମହାପ୍ରଭୂଙ୍କ ନୂତନ ବିଗ୍ରହ ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବରେ ଆସିକାର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ ଯୋଗଦେଇ ମହାପ୍ରଭୂ ଶ୍ରୀ ରଘୁନାଥଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ ଏବଂ ମଙ୍ଗଳ ପାଇଁ ଆଶିଷ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । ଆସିକା ବ୍ଳକ ଅନ୍ତର୍ଗତ ଖାରିଆ ଗ୍ରାମ ପଞ୍ଚାୟତର ଢୁଙ୍କୁଣୀ ଗ୍ରାମରେ ଅନୁଷ୍ଠିତ ଶ୍ରୀ ଶ୍ରୀ ରଘୁନାଥ ମହାପ୍ରଭୂଙ୍କ ନୂତନ ବିଗ୍ରହ ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ପାଳନ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ନଚିକେତା ସ୍ୱାଇଁ, ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ମଲିକ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ଖାରିଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ ଅରବିନ୍ଦ ଲେଙ୍କା, ବିଜେଡି ନେତା ମାନସ ରଂଜନ ଗୌଡ, କେ.ରବିନ୍‍ କୁମାର ପାତ୍ର, ପ୍ରଦୀପ କୁମାର ମୁନି, ସାଇରାଜ ଦଳେଇ, ଜୟସେନ ସ୍ୱାଇଁ, ପ୍ରମୋଦ ପ୍ରଧାନ, ରବିନ୍ଦ୍ର କୁମାର ସାହୁ, ଶଙ୍କର ନାହାକ, ଟୁକୁନା ନାହାକ, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ଆକାଶ ସ୍ୱାଇଁ, ସତ୍ୟନାରାୟଣ ସାମନ୍ତରା, ପ୍ରତାପ ଚନ୍ଦ୍ର ପ୍ରଧାନ, କେଶବ ଦାଶ, ଉଦିତ୍‍ ପାଢୀ, ବିଚିତ୍ର ପଣ୍ଡା, କାହ୍ନୁଚରଣ ଦଳେଇ, ବିମଳ ପ୍ରଧାନ, ବାପିନା ଜେନାଙ୍କ ସମେତ ବହୁ ଦଳୀୟ କର୍ମୀ, ଆଧ୍ୟାତ୍ମିକପ୍ରେମୀ, ସଚେତନ ନାଗରିକ ଉପସ୍ଥିତ ରହି ଭଗବାନ ଶ୍ରୀ ଶ୍ରୀ ରଘୁନାଥ ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ଗତ ସାଧାରଣ ନିର୍ବାଚନ ପର ଠାରୁ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ଜାନିଯାତ୍ରା, ମନ୍ଦିର ପ୍ରତିଷ୍ଠା, ଶୁଦ୍ଧି କାର୍ଯ୍ୟ ସମେତ ଅନ୍ୟାନ୍ୟ ବହୁବିଧ କାର୍ଯ୍ୟକ୍ରମରେ ଯୋଗଦେଇ ସାଧାରଣ ଜନତାଙ୍କ ସୁଖଦୁଃଖରେ ସାମିଲ୍‍ ହୋଇ ନିଜର ସ୍ନେହଶ୍ରଦ୍ଧା ଓ ଭଲ ପାଇବା ଅତୁଟ ରଖିବାରେ ସକ୍ଷମ ହୋଇପାରିଛନ୍ତି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ