ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧୁକାରୀଙ୍କ ପରଲୋକ

ହାଟଡିହି, (ଓ୍ବାଇଏନଏସ)  : ହାଟଡିହି ବ୍ଲକର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧୂକାରୀ ଚିନ୍ତାମଣି ଦାଶଙ୍କ ୬୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କ ନିଜ ଘର କଳିଗାଁ ଗ୍ରାମରେ ହୋଇଥିବା ବେଳେ ସେ ପୂର୍ବରୁ କଳିଗାଁ, ହାବଳେଶ୍ୱର ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧୂକାରୀ ଭାବେ କାର୍ଯ୍ୟ କରୁଥିଲେ । ସେ ଗତ ଦୁଇଦିନ ତଳେ ସେ ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ପ୍ରଥମେ ଶାଳନିଆଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ  କଟକ ସ୍ଥାନାନ୍ତର କରାଯାଇ ଥିଲା। ସେଠାରେ ଚିକିତ୍ସା ଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।  ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରଲୋକ ଖବର ପାଇ  ସରପଞ୍ଚ ହେମଲତା ଯେନା, ପୂର୍ବତନ ପିଇଓ ନରହରି ନାୟକ, ଜିତେନ୍ଦ୍ର ଜେନା, ସୁରେଶ ସେଠୀ, ଅମୂଲ୍ୟ ପହି, ରମେଶ ମାଝୀ, ସରପଞ୍ଚ ପ୍ରତିନିଧୂ ପିତବାସ ଜେନା, ଏଡିଓ ବଳରାମ ମଲ୍ଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି  ମରଶରୀରରେ ପୁଷ୍ପ ମାଲ୍ୟ ଦେଇ ଶେଷ ଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ