ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ

ହାଟଡିହି (ଓ୍ବାଇଏନଏସ): ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ କେହି ଦୁର୍ବୁତ୍ତ ମୋବାଇଲ ହ୍ୱାଟ୍ସଆପ ଯୋଗେ ହତ୍ୟା ଧମକ ଦେଇଛନ୍ତି। ଏପରିକି ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବାକୁ ଧମକ ଦେବା ନେଇ ଜୟଦେବ ଅଭିଯୋଗ କରିଛନ୍ତି। ଶ୍ରୀ ଜେନା ଙ୍କ ନିକଟକୁ ୮୯୮୪୭୯୦୩୭୨ ନମ୍ବରରୁ ଏହି ମେସେଜ ଗତ  ମାର୍ଚ୍ଚ ୯ତାରିଖରେ ଆସିଥିଲା। ଏନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା  ସେହି ୯ତାରିଖରେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ନନ୍ଦିପଦା ପୋଲିସ ଥାନା କେସ ନଂ ୧୦୪/୨୦୨୬ରେ ମାମଲା ରୁଜୁ କରିଛି। ଏପରିକି ହତ୍ୟାଧମକକୁ ନେଇ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି ଏବଂ କେନ୍ଦୁଝର ଏସ. ପି ଙ୍କୁ ମଧ୍ୟ ଅବଗତ କରାଇବା ପରେ ମଧ୍ୟ କୌଣସି କାଯ୍ୟନୁଷ୍ଠାନ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା। ପୂର୍ବରୁ ମଧ୍ୟ ୨୦୨୫ରେ ଏଭଳି ସମାନ ଢଙ୍ଗରେ ଜୟଦେବ ଜେନା ଙ୍କୁ ହତ୍ୟା ଧମକ ଆସିଥିଲା। ଏନେଇ ଆଜି ଶ୍ରୀ ଜେନା ସାମ୍ବାଦିକ ସମିଳନୀ କରି ପୋଲିସ ପଦକ୍ଷେପ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଭଳି ଜଣେ ରାଜନେତାଙ୍କ ଅଭିଯୋଗ ଉପରେ ପୋଲିସ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ବେଳେ  ସାଧାରଣ ଲୋକଙ୍କୁ କିପରି ନ୍ୟାୟ ମିଳୁଥିବ ବୋଲି ସେ ପ୍ରଶ୍ନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ