ସୁନନ୍ଦାରାଣୀଙ୍କ ସ୍ମୃତି ସଭରେ ଯୋଗଦେଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା

ହାଟଡିହି (ଓ୍ବାଇଏନଏସ): ବଉଳା ମହାବିଦ୍ୟାଳୟର ପୁର୍ବତନ  ଅଧ୍ୟକ୍ଷା ସ୍ବର୍ଗୀୟା ସୁନନ୍ଦାରାଣୀ ସ୍ୱାଇଁଙ୍କ ଏକାଦଶାହ ଅବସରରେ ଏକ ସ୍ମ୍ତତି ସଭା କାନ ପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁର୍ବତନ ପି.ସି.ସି. ସଭାପତି ନିରଞ୍ଜନ ପଟ୍ଟନାୟକ, ପୁର୍ବତନ ପିସିସି ସଭାପତି ଜୟଦେବ ଜେନା ଯୋଗଦେଇ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆନନ୍ଦପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ, କବି ଡ. ଅଶୋକ ପୁହାଣ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ। ବିଶିଷ୍ଟ ଶିକ୍ଷାବିଦ ସ୍ବର୍ଗୀୟ ଶ୍ରୀ ବୀରକିଶୋର ବେହେରାଙ୍କର ପୁତ୍ରବଧୂ ଭାବେ ସୁନନ୍ଦା ବଉଳା ମହାବିଦ୍ୟାଳୟରେ ଓଡ଼ିଆ ବିଷୟରେ ଅଧ୍ୟାପିକା ଭାବରେ କାର୍ଯ୍ୟରତ ଥିଲେ। ସେ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ସଂସ୍କାର ଦେଇ ତାଙ୍କ ଜୀବନ ଗଠନ କରିଥିଲେ। ତାଙ୍କର ଶିକ୍ଷା କ୍ଷେତ୍ରରେ ଥିବା ଅବଦାନ, ସେ କିପରି ଏକାଧାରରେ ଜଣେ କବୟତ୍ରୀ ସୂ ସାହିତ୍ୟିକା ଥିଲେ ସେ ସମ୍ପର୍କରେ ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ “ସ୍ମୃତିରେ ସୁନନ୍ଦା” ନାମକ ପୁସ୍ତକର ଉନ୍ମୋଚନ କରାଯାଇଥିଲା ଓ ଏକ ସ୍ମୃତିଚାରଣ ସଭା ଆୟୋଜିତ ହୋଇଥିଲା, ଯେଉଁଠାରେ ସୁନନ୍ଦା ଙ୍କ ସଦ୍ଗୁଣ ଓ ଶିକ୍ଷାରେ ତାଙ୍କ ଅବଦାନ ବିଷୟରେ ଉଦ୍ବୋଧନ ଦିଆଯାଇଥିଲା। ଜଗନ୍ନାଥ ବେହେରା, ପ୍ରଭୁ ପ୍ରସାଦ ବେହେରା, ପ୍ରିତିନନ୍ଦା ବେହେରା, ଆଲୋକ ଭରଦ୍ୱାଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ