ଶ୍ରୀକାନ୍ତ ଜେନାଙ୍କୁ ଭେଟିଲେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ
ଭୁବନେଶ୍ବର(ସମୀର ରଞ୍ଜନ ନାୟକ ): ଦ୍ବନ୍ଦ୍ବ ଦୂର କଲେ ଶ୍ରୀକାନ୍ତ ଜେନା । କହିଲେ କଂଗ୍ରେସରେ ଅଛି, ଆଉ ରହିବି । ସମାଜବାଦୀ ପାର୍ଟିରେ ମିଶିବା ନେଇ ଚର୍ଚ୍ଚା ଭୁଲ କଥା । ଅଖିଳେଶ ଯାଦବଙ୍କ ସହ ସାକ୍ଷାତ ଆଲୋଚନା ପରେ ସ୍ପଷ୍ଟ କଲେ ଶ୍ରୀକାନ୍ତ । ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ସାମାଜିକ ନ୍ୟାୟ ପାଇଁ ଲଢ଼େଇ ଜୋରଦାର ହେବ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଅଖିଳେଶ ଭେଟିବେ ପ୍ରଶ୍ନରେ, ଉତ୍ତର ଦେଇ ଶ୍ରୀ ଜେନା କହିଛନ୍ତି ଯେ, କହିଲେ, ଅଖିଳେଶ ଯାଦବ ନିଶ୍ଚୟ ପିସିସି ସଭାପତିଙ୍କ ଭେଟିବେ ।ଓଡ଼ିଶାରେ ସମାଜବାଦୀ ପାର୍ଟିର ବଡ଼ ସଂଗଠନ ନାହିଁ। ଲୋକଙ୍କୁ ଯୋଡ଼ିବା ପାଇଁ ଆମର ଉଦ୍ୟମ ରହିବ ବୋଲି କହିଛନ୍ତି ଅଖିଳେଶ। ସେପଟେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ସାକ୍ଷାତ କରିବା ନେଇ ଅଖିଳେଶ କହିବା ପରେ ଶ୍ରୀକାନ୍ତଙ୍କ ରାଜନୈତିକ ଗତି କୁଆଡ଼େ ହେବ ସେନେଇ ବଢ଼ୁଛି ସସ୍ପେନ୍ସ। ଅଖିଳେଶ ଯାଦବ ଏବଂ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ପୁରୀ ଗସ୍ତ କରିବେ। ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।


