ୟୁରୋ ସ୍କୁଲ ପକ୍ଷରୁ ଶିକ୍ଷାର ବିକାଶ ଲାଗି ଆଲୋଚନାଚକ୍ର : +୨ ବିଜ୍ଞାନ ପାଇଁ ବ୍ରିଡ଼ଜ ସମର କୋର୍ସ ଆରମ୍ଭ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ  ସ୍କୁଲ ପକ୍ଷରୁ ଶିକ୍ଷାର ବିକାଶ ଲାଗି ଏକ ଆଲୋଚନାଚକ୍ର ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ମୁଖ୍ୟ ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ସାମିଲ ହୋଇ ଶିକ୍ଷାର ବିକାଶ ଲାଗି ସ୍କୁଲ ପକ୍ଷରୁ ଯାହା ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ତାହା କିପରି ଚାଲିଛି, ସ୍କୁଲରେ ପ୍ରଦାନ କରାଯାଉଥିବା ଶିକ୍ଷାଦାନ ଛାତ୍ର ଛାତ୍ରୀ ଙ୍କ ଉନ୍ନତି କ୍ଷେତ୍ରରେ କିପରି ପ୍ରଭାବ ପକାଉଛି ତାହା ବିଷୟରେ ଆଲୋଚନା କରିଥିଲେ। ସ୍କୁଲର ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ର, ଏକାଡେମୀ ଡାଇରେକ୍ଟର ପ୍ରମୋଦ କୁମାର ମିଶ୍ର, ପ୍ରିନ୍ସିପାଲ ତପସ୍ୱିନୀ ସାହୁ ପ୍ରମୁଖ ଯୋଗ ଦେଇ ସ୍କୁଲର ଶିକ୍ଷାଦାନ ପଦ୍ଧତିରେ ଆଉ କଣ ପରିବର୍ତ୍ତନ କରାଗଲେ ଛାତ୍ର ଛାତ୍ରୀଙ୍କ ଲାଗି ସହାୟକ ହୋଇପାରିବେ ସେନେଇ ଅଭିଭାବକ ମାନଙ୍କ ପରାମର୍ଶ ଲୋଡ଼ିଥିଲେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ସିବିଏସଇ ଅନୁବନ୍ଧିତ ଭାବେ ଯୁକ୍ତ ଦୁଇ ବିଜ୍ଞାନ ଓ କଳା କ୍ଷେତ୍ରରେ ଶିକ୍ଷାଦାନ ଆରମ୍ଭ ହେଉଛି l ଏଥିଲାଗି ସ୍କୁଲ ପକ୍ଷରୁ +୨ ବିଜ୍ଞାନ ପାଇଁ ବ୍ରିଡ଼ଜ ସମର କୋର୍ସ ଆରମ୍ଭ କରାଯାଇଛି। ଏହା ସହ ଜେଇଇ, ନିଟ ପାଇଁ ମଧ୍ୟ ଶିକ୍ଷାଦାନ ଆରମ୍ଭ ହୋଇଛି । ଏଣୁ ସମସ୍ତେ ଏହାର ସୁଯୋଗ ନେବା ପାଇଁ ସ୍କୁଲର ମୁଖ୍ୟ ରଞ୍ଜନ ମହାପାତ୍ର କହିଥିଲେ। ସ୍କୁଲରେ କେବଳ ଶିକ୍ଷାଦାନ ପ୍ରତି ଗୁରୁତ୍ୱ ଦିଆଯାଉଛି ତାହା ନୁହେଁ ବରଂ ଛାତ୍ର ଛାତ୍ରୀ ଙ୍କ ସମସ୍ତ କ୍ଷେତ୍ର ପ୍ରତି ସ୍କୁଲ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେଉଥିବାରୁ ଅଭିଵାବକ ମାନେ ବେଶ ଖୁସି ଜାହିର କରଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସ୍କୁଲର ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ର ପରିଚାଳନା କରିଥିବା ବେଳେ  ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ