ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ୨୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସମାଜସେବୀ ସେକ୍ ଜଲାଲଉଦ୍ଦୀନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆୟୁର୍ବେଦିକ ଡାକ୍ତର ତଥା ସୁସାହିତ୍ୟିକ ଡା.ନିରଞ୍ଜନ ଓଝା, ମୁଖ୍ୟ ବକ୍ତା ଭାବେ ଜିଲା ଓଷ୍ଟା ସଭାପତି ଶଶୀ ଶେଖର କରଶର୍ମା, ସମ୍ମାନୀତ ଅତିଥି ଭାବେ ବନ ବିହାରୀ ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟି, ବ୍ଲକ ଓଷ୍ଟା ସଭାପତି ନାରାୟଣ ଚନ୍ଦ୍ର ସାମଲ, ପଞ୍ଚାୟତ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ, ଶାଳବଣି ଡିଗ୍ରୀ କଲେଜର ଅଧ୍ୟକ୍ଷ ନରହରି ଜେନା, ବ୍ଲକ ଅଲୋଷ୍ଟା ସମ୍ପାଦକ ଉପେନ୍ଦ୍ର କୁମାର ବିଶ୍ୱାଳ, ସରପଞ୍ଚ ଗଜେନ୍ଦ୍ର କୁମାର ସେଠୀ, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ବିଦ୍ୟାଳୟର ବର୍ତ୍ତମାନର ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ର ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଥମେ ଜଗନ୍ନାଥଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ଉତ୍ସବକୁ ଉଦ୍‌ଘାଟନ କରାଯାଇଥିଲା । ଏହି ଅବସରରେ ନବାଗତ ଛାତ୍ରଛାତ୍ରୀ ଏବଂ ୮ମ ଶ୍ର୍ରେଣୀ ପ୍ରବେଶିକା ପରୀକ୍ଷାରେ ୧ମ ହୋଇଥିବା ଛାତ୍ରୀ ରିୟା ସେଠୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେହିପରି ନୂତନ ଭାବେ ପ୍ରଧାନ ଶିକ୍ଷକ ଦାୟୀତ୍ୱ ନେଇଥିବା ଶିକ୍ଷକ ଶୁଭେନ୍ଦୁ କୁମାର ମହାନ୍ତିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରଧାନ ଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତି ଅତିଥି ପରିଚୟ ଓ ସହକାରୀ ଶିକ୍ଷକ ହେମନ୍ତ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଜାହାରୁଦ୍ଦୀନ ସାହାଜୀ, ଅରୁଣ କୁମାର ବାରିକ, ଜଗନ୍ନାଥ ଦ୍ୱିବେଦୀ, ପ୍ରଫୁଲ୍ଲ କୁମାର ଜେନା, ସେକ୍ ରିହାଜ ଅଲ୍ଲୀ, ରମାକାନ୍ତ ଜେନା, ସେକ୍ ସାବୀର, କର୍ମଚାରୀ ବୁଦ୍ଧିରାମ ସାହୁ, ଶରତ ସାହୁ, ନିଜାମୁଦ୍ଦୀନ ଖାଁଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଭ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ