ବାତ୍ୟା ଆଶ୍ରୟସ୍ଥଳୀର ନୂତନ ଗୃହ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ

ନାଉଗାଁ (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ରୋହିଆ ପଂଚାୟତର ଅରଖକୁଦ ଗ୍ରାମରେ ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ନୂତନ ଗୃହ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ରବିବାର କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଜଗତସିଂହପୁର ବିଭାଜନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ଶ୍ରୀ ଦାସଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ. ରମାକାନ୍ତ ମିଶ୍ର, ଠିକାଦାର ପବିତ୍ର କୁମାର ନାୟକ, ସାମାଜିକ କର୍ମୀ ବାବନ ନାୟକ, ପଦ୍ମଚରଣ ରାଉତ, ବିଜେପି ପଂଚାୟତ ସଭାପତି ବୈରାଗୀ ନାୟକ, ଅଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ବାତ୍ୟା ଆଶ୍ରୟସ୍ଥଳୀ ଗୃହ କେବଳ ବାତ୍ୟା ସମୟରେ ବ୍ୟବହାର ହେବ ତାହା ନୁହେଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଏହି ଗୃହକୁ ସ୍ଥାନୀୟ ଲୋକେ ବ୍ୟବହାର କରିପାରିବେ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ନାଉଗାଁ ମଣ୍ଡଳ ପ୍ରତିନିଧି ବିଷ୍ଣୁ ଚରଣ ବେହେରା, ଅଲଣା ମଣ୍ଡଳ ପ୍ରତିନିଧି ଦେବୀ ପାଢୀ, ପ୍ରର୍ଶୁରାମ ଜେନା, ପ୍ରଦିପ୍ତ ମହାନ୍ତି, ଜୟରାମ ବେହେରା, ସିଦ୍ଧେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆଶ୍ରୟସ୍ଥଳୀ ଗୃହ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ କାର୍ଯ୍ୟ ପାଇଁ ଅଟକଳ ମୂଲ୍ୟ ୩ କୋଟି ୫ ଲକ୍ଷ ଟଙ୍କା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ