ସୁନପୁର ଜଳକ୍ରୀଡା କମ୍ପ୍ଲେକ୍ସର ଶିଳାନ୍ୟାସ

ଚିକିଟି(ଦୀପ୍ତି ରଞ୍ଜନ ପାଢ଼ୀ ): ଚିକିଟି ବ୍ଲକ ସୁନପୁର ବେଳାଭୂମି ଆସୁଥିବା ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ନିକଟସ୍ଥ ବାହୁଦା ନଦୀ ରେ ଜଳ କ୍ରୀଡା କମ୍ପ୍ଲେକସ ର ବୁଧବାର ଶିଳାନ୍ୟାସ ହୋଇଛି.ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇ ପର୍ଯ୍ୟଟକ ମାନଙ୍କୁ ଏହା ମନୋରଞ୍ଜନ ର ଖୋରାକ ଯୋଗେଇଦେବା ସହ ନିଯୁକ୍ତି ରେ ମଧ୍ୟ ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ.2.88 କୋଟି ବିନିମୟରେ ନଅ ମାସ ଭିତରେ ନିର୍ମାଣ କାର୍ଯ୍ୟ ସରିବ.ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସୌଜନ୍ୟ ରେ ପାଥ ୱେ,ଲାଣ୍ଡ ସ୍କେପିଙ୍ଗ,ପ୍ରବେଶ ଗେଟ,ଜେଟି,ଶୌଚାଳୟ,ଚେକିଂ ରୁମ,ସୌର ଆଲୋକ ବ୍ୟବସ୍ଥା ସହ ଅନ୍ୟାନ୍ୟ ଅନୁସାଙ୍ଗିକ ସହାୟକ ବ୍ୟବସ୍ଥା ମଧ୍ୟ କରାଯିବ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ