ରେମୁଣା ନିର୍ବାଚନ ମଣ୍ଡଳୀର ଦୁର୍ଗାଦେବୀ ପଞ୍ଚାୟତରେ ବିଧାୟକଙ୍କ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭ ଶିଳାନ୍ୟାସ

ବାଲେଶ୍ବର(ସରୋଜ ପଣ୍ଡା): ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁର୍ଗାଦେବୀ ଗ୍ରାମପଞ୍ଚାୟତରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରାଯାଇଥିଲା। ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସଙ୍କ କରକମଳରେ “ବିକଶିତ ଗାଁ ବିକଶିତ ଓଡିଶା” ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରାଯାଇଥିଲା। ଏହି ଅବସରରେ ବିଧାୟକଙ୍କ ବ୍ୟକ୍ତିଗତ ସହାୟକ କୃଷ୍ଣ ଚନ୍ଦ୍ର ସାହା, ମଣ୍ଡଳ ସଭାପତି ବିବେକ ବିକାଶ ରାଉତ, ପଞ୍ଚାୟତ ସଭାପତି କାଳୀ ଚରଣ ମାଝୀ, ସରପଞ୍ଚ ଚୈତନ୍ୟ ମାଝୀ, ସମିତି ସଭ୍ୟା ଭାନୁପ୍ରୀୟା ମାଝୀ, ପୂର୍ବତନ ସରପଞ୍ଚ ତଥା ସିଦ୍ଧେଶ୍ୱର ପ୍ରଧାନ, ରଘୁନାଥ ଦଳେଇ, ସୁରେନ୍ଦ୍ର ମାଝୀ, ରଜନୀ କୁମାର ପାଳ, ଯଦୁନାଥ ଗିରି, ବିଶ୍ଵନାଥ ସାହୁ ଏବଂ ବିଳାସିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଞ୍ଚଳ ବାସୀଙ୍କ ବହୁ ଦିନର ଆଶା ପୁରଣ ହେବା ସହିତ ସ୍ଥାନୀୟ ଜନସାଧାରଣ ବିଶେଷ ଭାବେ ଉପକୃତ ହେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ