ରେମୁଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭ ଶିଳାନ୍ୟାସ
ବାଲେଶ୍ବର(ସରୋଜ ପଣ୍ଡା): ରବିବାର ସକାଳ ୧୦ ଘଟିକା ସମୟରେ ରେମୁଣା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ପ୍ରଥମେ ଗୁଡୁଦା ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ପ୍ରଦତ୍ତ ୭,୩୩,୩୮,୭୩୩ ଟଙ୍କା ବିନିମୟରେ ହେବାକୁ ଥିବା ଗଙ୍ଗାହାର ନଦୀ ବାମ ପାର୍ଶ୍ଵରେ ସ୍ଥିତ ଶିରାକୋଇଲି, ଶ୍ରୀରାମପୁର, ଗାଙ୍ଗପୁରା ଆଦି ଗ୍ରାମର ପୁନରୁଦ୍ଧାର ଓ ରକ୍ଷଣା ବେକ୍ଷଣ ପ୍ରକଳ୍ପ, କରଞ୍ଜିଆ ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଦତ୍ତ ୨,୦୯,୬୧,୯୮୦ ଟଙ୍କା ବିନିମୟରେ ହେବାକୁ ଥିବା ଡିଫେନ୍ସ ରୋଡ ଠାରୁ କରଞ୍ଜିଆ ରାସ୍ତାର ପ୍ରଶସ୍ତିକରଣ, କଲ୍ୟାଣପୁର ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଦତ୍ତ ତାଳମେଢ଼ି ଠାରୁ ପଦ୍ମପୁର ଏନ.ଏଚ.-୫ ଭାୟା ହଳଦିଆ ରୋଡ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଆଦି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ଅବସରରେ ଇରିଗେସନ ଏସ.ଇ. ବିକ୍ରମ ଚନ୍ଦ୍ର ସିଂ, ଏସ. ଡି. ଓ. ତାପସ କୁମାର ଦାସ, ଜେ.ଇ. ହରେକୃଷ୍ଣ ଧଳ, ଆର.ଡି. ଜେ.ଇ. ଉପେନ୍ଦ୍ର ଦାସ, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ବିଧାୟକ ପ୍ରରିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ମଣ୍ଡଳ ସଭାପତି ବିବେକ ବିକାଶ ରାଉତ, ଉମାକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।


