ସାଂସଦ ଓ ରେମୁଣା ବିଧାୟକ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ
ବାଲେଶ୍ବର(ସରୋଜ ପଣ୍ଡା): ଅଦ୍ୟ ତା 10.97.2025 ରିଖ ଗୁରୁବାର ଦିବା 11 ଘଟିକା ସମୟରେ ବାଲେଶ୍ୱର ସାଂସଦ ଓ ରେମୁଣା ବିଧାୟକ ତଥା ଡେପୁଟି ଚିଫ ହୁଇପ ଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଦତ୍ତ 786.00ଲକ୍ଷ ଟଙ୍କା ବିନିମୟରେ ସଲ୍ଟ ରୋଡ ଠାରୁ ଇଞ୍ଚୁଡ଼ି ରାସ୍ତାର ପ୍ରଶସ୍ତି କରଣ ଓ 998.58 ଲକ୍ଷ ଟଙ୍କା ରେ ନିର୍ମିତ ହେବାକୁ ଥିବା ଖନ୍ତାପଡ଼ା ରେଲୱେ ଷ୍ଟେସନ ଠାରୁ ଶ୍ରୀଜଙ୍ଗ ରାସ୍ତାର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପନ୍ନ ହୋଉ ଯାଇଛି। ଉକ୍ତ ରାସ୍ତା ଦୁଇଟି ର ପ୍ରଶସ୍ତି କରଣ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା। କାରଣ ସେହି ରାସ୍ତା ରେ ଗୋଟେ ଗାଡ଼ି ଗଲେ ଆଉ ଗୋଟେ ଗାଡ଼ି ଯିବା କଷ୍ଟ କର ହୋଉ ପଡୁଥିଲା । ଯାହା ଫଳରେ ଘଣ୍ଟା ଘଣ୍ଟା ଟ୍ରାଫିକ ସମସ୍ୟା ଲାଗି ରହୁଥିଲା । ଏହି କାର୍ଯ୍ୟ ଟି ହେଲେ ଲୋକେ ଆଉ ସମସ୍ୟା ରେ ପଡିବେ ନାହିଁ l ଏଥି ପାଇଁ ଅଞ୍ଚଳ ବାସୀ ଉଭୟ ସାଂସଦ ଓ ବିଧାୟକ ଙ୍କୁ ଭୁରି ଭୁରି ପ୍ରଶଂସା ଜଣାଇ ଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଙ୍କ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ଶୋଭନା ମହାନ୍ତି, ଅଜୟ ବାରିକ, ମଣ୍ଡଳ ସଭାପତି ମାନସ ମହାନ୍ତି,, ଅଞ୍ଜନ ଲେଙ୍କା, ବିଭୁତି ସେନାପତି, ଭାସ୍କର ମଲ୍ଲିକ, ଅନାଦି ନାୟକ, ସିଲି ବେହେରା, ସତ୍ୟ ନାରାୟଣ ବାରିକ, ଲକ୍ଷଣ ଜେନା, ଜଗଦିଶ ବାରିକ, କମଳା କାନ୍ତ ବାରିକ ଶସଧର ଶିଅଳ ଇତ୍ୟାଦି ଉପସ୍ଥିତ ଥିଲେ ।