ସାଇବର ଠକେଇ ମାମଲାରେ ୪ ଗିରଫ
ବାଲେଶ୍ବର(ସରୋଜ ପଣ୍ଡା): ସାଇବର କବଚ ଅଭିଯାନ ପରିପ୍ରେକ୍ଷିରେ ବାଲେଶ୍ୱର ସାଇବର ଥାନା ପୋଲିସ ପକ୍ଷରୁ ୫୮ଲକ୍ଷ ଟଙ୍କା ସାଇବର ଠକେଇ ମାମଲାରେ ମଙ୍ଗଳବାର ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କାରାଯାଇଛି। ଏ ନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ସନ୍ଧ୍ୟା ୬ଟାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଗାୟତ୍ରୀ ପ୍ରଧାନ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।ଗିରଫ ଅଭିଯୁକ୍ତ ମାନେ ନିରୀହ ଲୋକଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ସଂପୃକ୍ତ ଆକାଉଣ୍ଟକୁ ପରିଚାଳନା କରୁଥିଲେ। ଏହି ଆକାଉଣ୍ଟ ଜରିଆରେ ବିଭିନ୍ନ ଲୋକଙ୍କ ଠାରୁ ୫୮ଲକ୍ଷ ଟଙ୍କା ସାଇବର ଠକେଇ କରିଥିଲେ। ଏହି ଠକ ମାନଙ୍କୁ ସାଇବର ଥାନା ପୋଲିସ ଖନ୍ତାପଡ଼ା ଅଞ୍ଚଳରୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଖନ୍ତାପଡା ଅଞ୍ଚଲର ଗୌତମ କୁମାର ଦାସ, ରବୀନ୍ଦ୍ର କୁମାର ମାଝୀ, କାର୍ତ୍ତିକ ସିଂ ଓ ଦୀନକୃଷ୍ଣ ବେହେରା। ସେମାନଙ୍କ ଠାରୁ ବିଭିନ୍ନ ବ୍ୟାଙ୍କର ୪୯ଟି ଚେକ୍, ୧୪୭ଟି ଏଟିଏମ୍ କାର୍ଡ, ୪ଟି ବ୍ୟାଙ୍କ ପାଶବୁକ, ଗୋଟାଏ ଦାମି କାର୍ ଓ ୪ଟି ମୋବାଇଲ ଫୋନ ପୋଲିସ ଜବତ କରିଛି।ଏହି ସାମ୍ବାଦିକ ସମ୍ମିଳନୀରେ ସାଇବର ଥାନା ଆଇଆଇସି ମୀନା ବିନ୍ଧାଣୀ ଉପସ୍ଥିତ ଥିଲେ।


