ଚାରି ବାଲି ବୋଝେଇ ହାଇୱା ଜବତ

ହାଟଡିହି, (ଓ୍ବାଇଏନଏସ):- ବୈତରଣୀ ନଦୀର ବିଭିନ୍ନ ଘାଟରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ କରାଯାଉ ଥିବା ନେଇ ବାରମ୍ବାର ଅଭିଯୋଗ ପରେ ତତ୍ପର ହୋଇଛି ଖଣି ବିଭାଗ ଓ ପୁଲିସ । ଗତକାଲି ବିଳମ୍ବିତ ରାତିରେ ଖଣି ବିଭାଗ ଓ ପୋଲିସ ପକ୍ଷରୁ ଅଣା – ସମଣା ରାସ୍ତାରେ ଚଢ଼ାଉ କରାଯାଇ ଚାରୋଟି ବେଆଇନ ବାଲି ବୋଝେଇ ହାଇୱା ଜବତ କରାଯାଇଛି।  ଜବଦ ଗାଡି ଗୁଡିକୁ ନନ୍ଦିପଦା ଥାନା ପୁଲିସ ର ଜିମା ଦିଆ ଯାଇଛି। ହାଟଡିହି ତହସିଲ ଅଞ୍ଚଳର ବିଭିନ୍ନ ଘାଟରୁ ବାଲି ଉଠୁଥିବା ବେଳେ ଗାଡି ଗୁଡିକ ବାହାର ଜିଲ୍ଲାର ଟି.ପି ବ୍ୟବହାର କରି ଖଣି ବିଭାଗ ଓ ପୋଲିସ କୁ ଚକମା ଦେଖାଉଛନ୍ତି।  ଗତ ତିନିଦିନ ଭିତରେ ମୋଟ ୭ଟି ହାଇୱା ଜବତ କରା ଯାଇଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ