ନୂତନ ଥାନାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ଚାରି ଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନାର ନୂତନ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କୁ ଟିଲୋ ଟିକିତୀରାସ୍ଥିତ ମା’ ଟିକେଇଶୁଣୀ ଚାରି ଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ମାନେ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଟ୍ରଷ୍ଟର ଅଧ୍ୟକ୍ଷ ହରେକୃଷ୍ଣ ବେହୁରା, ନିର୍ଦ୍ଦେଶକ ସମ୍ବିତ କୁମାର ପଣ୍ଡା, ସହକାରୀ ନିର୍ଦ୍ଦେଶିକା ଲିଲି ବେହୁରା, ଉପାଧ୍ୟକ୍ଷ ରବିନ୍ଦ୍ରନାଥ ଓଝା, ମୁଖ୍ୟ ଉପଦେଷ୍ଟା ତଥା ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ଜେନା, ସାମ୍ବାଦିକ ହରି ନାରାୟଣ ମହାନ୍ତି ପ୍ରମୁଖ ନୂତନ ଥାନାଧିକାରୀଙ୍କୁ ଭେଟି ଶୁଭେଛା ଜଣାଇବା ସହିତ ଟ୍ରଷ୍ଟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।


