ଚାରିଟେବଲ ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ

ଛତ୍ରପୁର, (ଓ୍ବାଇଏନଏସ):ସ୍ଥାନୀୟ  ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ  ଡ଼ି ଏସ ଆର କଲଚରରାଲ ଏଣ୍ଡ ଚାରିଟେବଲ ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ ଜିଲ୍ଲା ସଂସ୍କୃତି ଭଵନ ଠାରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ଏମ.ରବୀନ୍ଦ୍ର ରେଡ୍ଡୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l  ମୁଖ୍ୟଅତିଥି  ରୂପେ ଜିଲ୍ଲା ସଂସ୍କୃତି ଅଧିକାରୀ ଅତିଥି ଆଚାର୍ଯ୍ୟ, ସମ୍ମାନିତ ଅତିଥି ରୂପେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିକୁଞ୍ଜ ବିହାରୀ ଦାସ,ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ  ଅରୁଣ କୁମାର ଶତପଥି ଯୋଗଦେଇଥିଲେ l ସମସ୍ତ ଅତିଥିମାନଙ୍କୁ ଅନୁଷ୍ଠାନର ସଭାପତି ତଥା ଅଭିନୟ କଳାକାର ମନୋଜ କୁମାର ଆଚାର୍ଯ୍ୟ ମଞ୍ଚଉପରକୁ ପାଛୋଡ଼ି ନେଇଥିଲେ, କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମୁଖ୍ୟ ତଥା ଅଭିନେତା ଟି.କ୍ରିଷ୍ଣା ମୋହନ ରେଡ୍ଡୀ ଏବଂ ଅନ୍ତର୍ଜାତୀୟ ଲୋକନୃତ୍ୟ ଗୁରୁ ରାଜେନ୍ଦ୍ର ପ୍ରସାଦ ପାତ୍ର ଯୋଗ ଦେଇ ଅନୁଷ୍ଠାନର କୁନି କୁନି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ l ସମସ୍ତ ମଂଚାସୀନ ଅତିଥି ମାନଙ୍କୁ ଅନୁଷ୍ଠାନ ତରଫରୁ ବୃକ୍ଷ ସହ ଉପୋଢକୋଣ ଦେଇ ସମ୍ମାନିତ କରାଯାଇଥିଲା, ଅନୁଷ୍ଠାନର ମୁଖ୍ୟ ତଥା ନୃତ୍ୟଗୁରୁ ଏମ.ରବୀନ୍ଦ୍ର ରେଡ୍ଡୀଙ୍କ  ନିର୍ଦ୍ଦେଶନାରେ କାଠ ପାଦ ନୃତ୍ୟ, ଭଜନ , ଆଧୁନିକ, ସମ୍ବଲପୁରୀ, ସେମିକ୍ଲାସିକେଲ ନୃତ୍ୟ ଛାତ୍ର ଛାତ୍ରୀ ମାନେ କରିବାସହ, କୁନି କୁନି ପିଲା,ସୁପର ମମ ଏବଂ ପିଲାଙ୍କ ଜେଜେ ମା ମାନେ ମଧ୍ୟ୍ୟ ନୃତ୍ୟ  ପରିବେଷଣ କରିଥିଲେ l  ସମସ୍ତ କାର୍ଯ୍ୟକ୍ରମକୁ ଶିବାନନ୍ଦ ବାରିକ ମଞ୍ଚ ସଂଯୋଜନା କରିଥିବାବେଳେ,ଶେଷରେ ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି,ସାର୍ଟିଫିକେଟ ଦେଇ ଉତ୍ସାହିତ କରାଯାଇଥିଲା, ଅନୁଷ୍ଠାନର ଟ୍ରଷ୍ଟି କେ. ସପ୍ନା ପାତ୍ର, ପି.ଭିନିଲା ରେଡ୍ଡୀ,ଲକ୍ଷ୍ମୀ ନୃସିଂହ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ  l ଏହାସହ ସହ ବିଶିଷ୍ଟ ସମାଜ ସେବୀ ନରହରି ସ୍ୱାଇଁ, କବି ପ୍ରଶାନ୍ତ କୁମାର ଶତପଥୀ, କାଠ ପାଦ କାରିଗର ଅକ୍ଷୟ କୁମାର ମହାରଣା ଏବଂ ସମାଜ ସେବୀ ସଏଦ ମୁକ୍ତାର୍ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ