ସିଭିଲ ସୋସାଇଟି ପକ୍ଷରୁ ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ
ବେତନଟୀ ( ଉଦିତ କୁମାର ପରିଡା) : ମୟୂରଭଞ୍ଜ ଜିଲ୍ଲା ବେତନଟୀର ସିଭିଲ ସୋସାଇଟି ସାମାଜିକ ସଂଗଠନର ୪ର୍ଥ ସାମ୍ବିଧାନିକ ସମ୍ମିଳନୀ ଶତାଧିକ ସଦସ୍ୟ, ସଦସ୍ୟା ଓ ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତିରେ ସ୍ଥାନୀୟ ବନ୍ଧନ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ସମ୍ମିଳନୀକୁ ଉଦଘାଟନ କରିଥିଲେ, ବରିଷ୍ଠ ସାମ୍ବାଦିକ ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ । ସଭାପତି ଚୂଡାମଣି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ସଚ୍ଚିଦାନନ୍ଦ ମହାନ୍ତି ସଂପାଦକୀୟ ବିବରଣୀ ପାଠ କରିଥିଲେ । କବି ନୀରୋଦ ସୁନ୍ଦର ଜେନାଙ୍କ ସଂଯୋଜନାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ସୋସାଇଟିର ମିଡିଆ ଅଧିବକ୍ତା ଅରୁଣ କୁମାର ଓତା ଅତିଥିଙ୍କୁ ମଞ୍ଚ ଆହ୍ୱାନ ଓ ପରିଚୟ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇ “ସମାଜ ସୁଧାରରେ ବରିଷ୍ଠ ନାଗରିକମାନଙ୍କ ଭୂମିକା” ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଆଡଭୋକେଟ୍ ମନୋଜ କୁମାର ନାୟକ, ସମ୍ପାଦକ, ବାଲେଶ୍ଵର ସିଭିଲ ସୋସାଇଟି ନିଜ ବକ୍ତବ୍ୟରେ ବେତନଟୀ ସିଭିଲ ସୋସାଇଟିର ଉତ୍ତମ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିଥିଲେ। ବିଶେଷ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ତଥା ଗାନ୍ଧିବାଦୀ ନେତା ଡକ୍ଟର ଆଦିତ୍ୟ କୁମାର ପଟ୍ଟନାୟକ ସମାଜରେ ବରିଷ୍ଠ ନାଗରିକମାନଙ୍କୁ ସରକାରୀ ସାହାଯ୍ୟରୁ ଉପେକ୍ଷା କରା ନଯିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସୁନୀଲ କୁମାର ଦାଶ, ସଭାପତି ବରିଷ୍ଠ ନାଗରିକ ସଂଘ, ବଡସାହି କହିଥିଲେ ଯେ, ବରିଷ୍ଠ ନାଗରିକଗଣ ନିଜର ସମୟ ଓ ଶ୍ରମଦାନ କରି ସମାଜକୁ ସୁରକ୍ଷା ଦେବା ଅତ୍ୟନ୍ତ ମହତ୍ କାର୍ଯ୍ୟ ଅଟେ । ସଭାମଞ୍ଚରେ ସମାଜସେବୀ ରବୀନ୍ଦ୍ରନାଥ ମିଶ୍ର ଓ ସତୀଶ ଚନ୍ଦ୍ର ପାତ୍ରଙ୍କ ସହ ଗତ ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର ପ୍ରିୟଙ୍କା ମହାପାତ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କୁମାରୀ ମୋନାଲିସା ସାହୁ ସଙ୍ଗୀତ ପରିବେଷଣ କରିଥିଲେ। ସଭାପତି ଶ୍ରୀଯୁକ୍ତ ମହାପାତ୍ର ଶେଷରେ ନିଜର ପରିଣତ ବୟସରେ ସମାଜସେବା କରି ଆମ୍ବ ସନ୍ତୋଷ ଲାଭ କରୁଥିବାର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବାସୁଦେବ ନାପିତ, ହରେନ୍ଦ୍ର ନାଥବାରିକ,କମଳ ଲୋଚନ କର, ସନ୍ତୋଷ କୁମାର ଖଣ୍ଡା, ବାସନ୍ତୀ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଯତୀନ୍ଦ୍ରନାଥ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଆଗାମୀ ୩ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇ ସଭାପତି ଭାବେ ଚୂଡ଼ାମଣି ମହାପାତ୍ର, କାର୍ଯ୍ୟକାରୀ ସଭାପତି ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ, ସାଧାରଣ ସଂପାଦକ ସଚ୍ଚିଦାନନ୍ଦ ମହାନ୍ତି, କୋଷାଧ୍ୟକ୍ଷ ହରେନ୍ଦ୍ର ନାଥ ବାରିକଙ୍କ ସହ ନୂତନ ଭାବେ ଉପ-ସଭାପତି ଭାବେ ଅରୁଣ କୁମାର ଓ ତା ଓ ଯୁଗ୍ମ ସାଧାରଣ ସଂପାଦକ ଭାବେ ରବୀନ୍ଦ୍ରନାଥ ମିଶ୍ରଙ୍କ ସହ ୨୧ଜଣିଆ କମିଟି ଶପଥ ଗ୍ରହଣ କରିଥିଲେ ।