ଚତୁର୍ଥ କୋଣାର୍କ ଜାତୀୟ ସାହିତ୍ୟ ମହୋତ୍ସବ

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) :ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସାହିତ୍ୟ ସଂସ୍କୃତି ସମାରୋହର ୫ମ ବାର୍ଷିକ ଉତ୍ସବ ଅବସରରେ ଚତୁର୍ଥ କୋଣାର୍କ ଜାତୀୟ ସାହିତ୍ୟ ମହୋତ୍ସବ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ଼ ଫନୀ ମହାନ୍ତି, ସଭାପତି ଗୈରଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଏହି ଉତ୍ସବରେ ଅତିଥି ଭାବେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଓଡ଼ିଆ ଭାଷା ହିଁ ଓଡ଼ିଆ ଜାତିର ଅସ୍ମିତାର ପରିଚାୟକ ବୋଲି ମତବ୍ୟକ୍ତ କରିଛନ୍ତି। ଅନ୍ୟ ଅତିଥିମାନଙ୍କ ମଧ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ ପ୍ରଫୁଲ୍ଲ କୁମାର ମହାନ୍ତି, ସମାଜ ପ୍ରକାଶକ ପ୍ରଭାସ କୁମାର ଆଚାର୍ଯ୍ୟ, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବିଶ୍ବରଞ୍ଜନ ଯୋଗଦେଇଥିଲେ। ଏହି ଅବସରରେ ସ୍ମରଣିକା-୨୫ ଅତିଥିମାନେ ଲୋକାର୍ପଣ କରିଥିଲେ। ଏଥିରେ ଦେଶର ବିଭିନ୍ନ ଅଞ୍ଚଳରୁ ଶତାଧିକ କବି ସ୍ବରଚିତ କବିତା ପାଠ କରିଥିଲେ। ରବିବାର ଉଦଯାପନି ଦିବସରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେବିର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ମାଧୁରୀ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ବଟକୃଷ୍ଣ ପଣ୍ଡା, ଶକୁନ୍ତଳା ମହାନ୍ତି,ନୀନାଦିନ ମହାନ୍ତି ସମାଜସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ