କାଲୁମାହା ଠାରେ ଚତୁର୍ଥ ଜପମାଳାର ରାଣୀ ପର୍ବ ପାଳିତ
ରାଇକିଆ ,(ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲା ରାଇକିଆ କ୍ୟାଥୋଲିକ ଧର୍ମାଞ୍ଚଳର କାଲୁମାହା ଠାରେ ବୁଧବାର ଚତୁର୍ଥ ଜପମାଳାର ରାଣୀ ପର୍ବ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ରାଇକିଆ ଚର୍ଚ୍ଚ ମୂଖ୍ୟ ଧର୍ମ ଯାଜକ ପ୍ରୋଦଷ ଚନ୍ଦ୍ର ନାୟକ, ମନୋରଞ୍ଜନ ସିଂ, ଧର୍ମ ଯାଜକ ପ୍ରଦିପ ବେହେରା, ଯାଜକ ମାଇକେଲ ବେହେରା, ଯାଜକ ଦିବ୍ୟ ରଞ୍ଜନ ଦିଗାଳ,ଯାଜକ ପୁରୁଷୋତ୍ତମ ନାୟକଙ୍କ ସହ ସେବାଭଗ୍ନି ସମୁହ ଉପସ୍ଥିତ ଥିଲେ। ପରେ ସ୍ଵତନ୍ତ୍ର ଦିବ୍ୟ ଯଜ୍ଞର ଆୟୋଜନ କରାଯାଇ ପବିତ୍ର ବାଇବଲ ପଠନ କରି ସାମୁହିକ ପ୍ରାର୍ଥନା କରାଯାଇଥିଲା। ଏହି ଅବସର ରେ ଅତିଥି ମାନଙ୍କ ଦ୍ଵାରା ପାହାଡ଼ ଶିଖର ଉପରେ ନବ ନିର୍ମିତ ଯିଶୁଖ୍ରୀଷ୍ଟଙ୍କ ପ୍ରତିମୂତ୍ତି କୁ ଉନ୍ମୋଚନ କରାଯାଇଥିଲା । ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ମାନେଶ୍ୱର ଦିଗାଳ ଯୋଗ ଦେଇ ବାକ୍ୟ ପରିବେଷଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଅକ୍ଷୟ ପ୍ରଧାନ, ବିନୟ ସଭା ସୁନ୍ଦର, ରଶ୍ମି ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଥିଲେ। ଓଡ଼ିଶାର ସୁନାମ ଧନ୍ୟ ସୁସମାଚାର ଗାୟକ ଅମିତ୍ ପାଣି ଙ୍କ ଦ୍ଵାରା ଦେଇ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ବିଭିନ୍ନ ମଣ୍ଡଳୀରୁ ଯୁବ ଗୋଷ୍ଠୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା ପରିଷଦ କମିଟି ସଭାପତି ଜୟାନନ୍ଦ ନାୟକ ପରିଚାଳନା କରିଥିଲେ ।ଅନ୍ୟ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ବହୁ ସଂଖ୍ୟକ ଖ୍ରୀଷ୍ଟ ବିଶ୍ବାସୀ ଏବଂ ଅଞ୍ଚଳ ବାସୀ ଯୋଗଦେଇ ଥିଲେ।