ବଡଦାଣ୍ଡ ସାହି ପ୍ରାଥମିକ ବିଦ୍ୟାଳୟରେ ମାଗଣା ପୋଷାକ ବିତରଣ ମେଳା
ଆସିକା (ୱାଇଏନ୍ଏସ୍) : ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାବନପୁର କ୍ଳଷ୍ଟରର ବଡଦାଣ୍ଡ ସାହି ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଆନୁକୂଲ୍ୟରେ ବାଲ୍ବାଟିକା ଶିଶୁଙ୍କ ସକାଶେ ଏକ ମାଗଣା ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ମନୋଜ କୁମାର ବେହେରା ଯୋଗଦେଇ ଶିକ୍ଷାନୁଷ୍ଠାନର ବାଲ୍ବାଟିକା ଶ୍ରେଣୀରେ ନାମ ଲେଖାଇଥିବା ୯ ଜଣ ବିଦ୍ୟାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ଆସିଥିବା ମାଗଣା ପୋଷାକ ବଣ୍ଟନ କରିବା ସାଙ୍ଗକୁ ଶିଶୁମାନଙ୍କୁ ଉତ୍ସାହିତ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାବନପୁର ବଡଦାଣ୍ଡ ସାହି ପ୍ରାଥମିକ ବିଦ୍ୟାଳୟରେ ବାଲ୍ବାଟିକା ଶିଶୁଙ୍କ ସକାଶେ ଅନୁଷ୍ଠିତ ଏହି ମାଗଣା ପୋଷାକ ବିତରଣ ମେଳାକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷୟିତ୍ରୀ ଅଶ୍ୱିନୀ କୁମାରୀ ନାୟକ ଓ ଜ୍ୟୋତ୍ସ୍ନାମୟୀ ସିକ୍କା ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ବୁଦ୍ଧିଜୀବୀ, ଅଭିଭାବକ ଓ ମାନ୍ୟଗଣ୍ୟ ବ୍ୟକ୍ତି, ବିଦ୍ୟାର୍ଥୀ, ଗ୍ରାମବାସୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


