ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ତରାଗୋସ୍ଥିତ ରୟାଲ ବଏଜ୍ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଓ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ଏହି କ୍ଲବ ପକ୍ଷରୁ ସରସ୍ୱତୀ ପୂଜା ଓ ୭ଦିନ ଧରି ମହୋତ୍ସବ ବହୁ ଧୁମଧାମରେ ପାଳିତ ହୋଇଥିଲା । ଏହି ଅବସରରେ ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ରକ୍ତଦାନ ଶିବିରରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ବହୁ ଦୂର ଦୂରାନ୍ତରୁ ଲୋକ ମାନେ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଔଷଧ ନେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ହୃଦୟ ରଞ୍ଜନ ପ୍ରଧାନ, ଡାକ୍ତର ମଳୟ କୁମାର ସେନାପତି, ଡାକ୍ତର ଅରୁଣ କୁମାର ନାୟକ, ଡାକ୍ତର ଦେବାଶୀଷ ପତି ପ୍ରମୁଖ ଉପସ୍ଥିତ ରହି ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ ।


