ଲାୟନ୍ସ କ୍ଳବ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର
ଆସିକା (ୱାଇଏନ୍ଏସ୍) : ସ୍ଥାନୀୟ ଲାୟନ୍ସ କମ୍ୟୁନିଟି ହଲ୍ ପରିସରରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା ଲାୟନ୍ସ କ୍ଳବ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିରରେ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ସମୀର କୁମାର ପାଣିଗ୍ରାହୀ ଓ ସହଯୋଗୀ ସୁଧୀର ପଣ୍ଡା, ଦିଲୀପ ପଣ୍ଡା, କୈଳାଶ ପଟ୍ଟନାୟକ, ଚିନ୍ମୟ ଜେନା ପ୍ରମୁଖ ଯୋଗଦେଇ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ପ୍ରାୟ ୩୫ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ଇଲେକ୍ଟ୍ର କାର୍ଡିଓଗ୍ରାମ୍ (ଇସିଜି) ମେସିନ୍ ସହାୟତାରେ ମନୁଷ୍ୟ ଶରୀରର ହୃଦୟରେ ଥିବା ହୃଦ୍ସ୍ପନ୍ଦର ତିବ୍ରତା ଏବଂ ରକ୍ତରେ ଚର୍ବିିର ବିଶ୍ଳେଷଣ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗ ନିରୂପଣ କରିଥିଲେ । ଆସିକା ଲାୟନ୍ସ କ୍ଳବର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରିୟବ୍ରତ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିରକୁ ସୁପରିଚାଳନା କରିବା ଦିଗରେ ଲାୟନ୍ସ କ୍ଳବର ସଭାପତି ପି.ସୁଧାକର ପାତ୍ର, ଇ.ଅରୁଣ କୁମାର ପାତ୍ର, ଟି.ତିରୁପତି ପାତ୍ର, କେ.କିଶୋର କୁମାର ସେନାପତି, ବି.ଭି.ଭେଙ୍କଟ ରମଣ ମୁର୍ତ୍ତି, କେ.ସନ୍ତୋଷ କୁମାର ସେନାପତି, ପି.ପ୍ରଦୀପ କୁମାର ପାତ୍ର, ଏ.ଲକ୍ଷ୍ମୀନାରାୟଣ ଗୁପ୍ତା, ପଂଚାନନ ସାହୁ, ନିଳାଂଚଳ ପାତ୍ର, ନିଳମାଧବ ପାତ୍ର, ପି.ମୋହନ ପାତ୍ରଙ୍କ ସମେତ ସମସ୍ତ ସକ୍ରିୟ ସଦସ୍ୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଅର୍ଥାଭାବ କିମ୍ବା ଅନ୍ୟ କୌଣସି କାରଣରୁ ଡାକ୍ତରଖାନାକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ ବଞ୍ଚିତ ହୋଇଆସୁଥିବା ଲୋକଙ୍କ ସୁବିଧା ଓ ସୁସ୍ଥ ଓ ନୀରୋଗ ଜୀବନଯାପନ ପାଇଁ ଆସିକା ଲାୟନ୍ସ କ୍ଳବ ପକ୍ଷରୁ ବର୍ଷତମାମ ବିଭିନ୍ନ ସମୟରେ ଆୟୋଜନ କରାଯାଉଥିବା ଏଭଳି ନିଃଶୁଳ୍କ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି ।