ବିବେକାନନ୍ଦ କେନ୍ଦ୍ରର ଯୋଗ ସତ୍ର
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବିବେକାନନ୍ଦ କେନ୍ଦ୍ର, କନ୍ୟାକୁମାରୀ , କେନ୍ଦୁଝର ଶାଖା ସୌଜନ୍ୟରୁ ଗୁଜରାଟୀ ସମାଜ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପରେ ପରେ ଜୁନ ମାସ ୨୨ତାରିଖ ଠାରୁ ଯୋଗ ସତ୍ର ପ୍ରତ୍ୟହ ପ୍ରାତଃ ୬ଘଟିକାରୁ ୭.୩୦ପର୍ଯ୍ୟନ୍ତ ଯୋଗ ପ୍ରଶିକ୍ଷଣ ଦିଆଯାଉଥିଲା । ଜୁନ ମାସ ୨୯ତାରିଖ ରବିବାର ପ୍ରାତଃ ୬ଘଟିକା ସମୟରେ ଯୋଗ ସତ୍ରର ଉଦ୍ ଯାପନ ସମାରୋହ ଅନୁଷ୍ଠିତ ହେଇଥିଲା । ଉକ୍ତ ଉତ୍ସବରେ ଗୁଜରାଟୀ ସମାଜର ସଭାପତି ରାଜେଶ ପରମାର ଅତିଥି ରୂପେ ଯୋଗଦେଇ ବିବେକାନନ୍ଦ କେନ୍ଦ୍ରର ଉଦ୍ୟମକୁ ପ୍ରଶଂସା କରିଥିଲେ । ଯୋଗ ଦ୍ବାରା ରୋଗ ମୁକ୍ତ ହେବାକୁ ପରାମର୍ଶ ଦେଇଥିଲେ । ବିବେକାନନ୍ଦ କେନ୍ଦ୍ରର ସଞ୍ଚାଳକ ଇଂ ସନ୍ତୋଷ କୁମାର ନନ୍ଦ ଗୁଜରାଟୀ ସମାଜ ସହିତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । କ୍ରୀଷ୍ଣେନ୍ଦୁ ପଟ୍ଟନାୟକ ଓ କ୍ଷୀରୋଦ ଘଡେ଼ଇ ଯୋଗ ଶିକ୍ଷା ଦେଇଥିବା ବେଳେ ପଣ୍ଡିତ ମଧୁସୂଦନ ମିଶ୍ର ଓ ପ୍ରକାଶ ଆଚାର୍ଯ୍ୟ ଅଷ୍ଟାଙ୍ଗ ଯୋଗ ବିଷୟରେ ବୁଝାଇଥିଲେ । ସତ୍ୟନାରାୟଣ ସାହୁ ବିବେକାନନ୍ଦ କେନ୍ଦ୍ର ବିଷୟରେ ଅବଗତ କରାଇଥିଲେ । ନୃସିଂହ ଭାଇ , ରଞ୍ଜନ ଭାଇ, ଆଦିତ୍ୟ ଭାଇ , ବବୁଲ ଭାଇ , ତୁଳସୀ ଭାଇ , ପ୍ରଭାକର ବେହେରା, ଟୁନା ଭାଇ, ପ୍ରବଣ ଭାଇ , ରାଜା ଭାଇ ପ୍ରଭୃତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରାଜ୍ୟପାଳ ସମ୍ବର୍ଦ୍ଧିତ ଓ ପ୍ରକୃତି ବନ୍ଧୁ ପୁରସ୍କୃତ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ମଧୁସୂଦନ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।