ସାଙ୍ଗର ଜୀବନ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତରେ ଜୀବନ ହାରିଲା ସାଙ୍ଗ
ହାଟଡିହି(ବିକାଶ ବିଶ୍ବାଳ): ସାଙ୍ଗର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲା ସାଙ୍ଗ । ଏଭଳି ଏକ ଅଭାବନିୟ ଘଟଣା ଘଟିଛି ରାମଚନ୍ଦ୍ରପୁର ଥାନା ବଡ ପଦନା ଗ୍ରାମରେ। ଯାହାକୁ ନେଇ ସ୍ତବ୍ଧ ହୋଇ ପଡିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବଡପଦନା ଗାଁ । ଗତକାଲି ସଂନ୍ଧ୍ଯାରେ ଗାଁର ୩ଜଣ ସାଙ୍ଗ ଶୁଭମ ସାହୁ , ମାନସ ସାହୁ ଓ କାଳନ୍ଦୀ ସାହୁ ଗାଁ ଠାରୁ ମାତ୍ର ୨କିମି ଦୂର ଯାଜପୁର ଜିଲ୍ଲା ଅନ୍ଧାରୀ ଛକରେ ଥିବା ଏକ ଫାଷ୍ଟଫୁଡ୍ ସେଣ୍ଟରକୁ ଜଳଖିଆ ଖାଇବାକୁ ଯାଇଥିଲେ । ଖାଇବା ସାମଗ୍ରୀ ପ୍ରସ୍ତୁତ ହେବାପରେ ଗରମ ଓ ଗୁଳୁଗୁଳି ଯୋଗୁଁ ତିନି ସାଙ୍ଗ ଫାଷ୍ଟଫୁଡ୍ ସେଣ୍ଟରର ଛାତଉପରେ ବସି ଖାଇବାର ମଜା ନେବାକୁ ନିସ୍ପତି କରିଥିଲେ । ହେଲେ ଛାତ ଉପରେ ଜଗି ରହିଥିଲା ଯମ । ଉପରେ ବସି ଖାଇବା ସମୟରେ ଛାତଉପରେ ଯାଇଥିବା ବିଦ୍ଯୁତ୍ ତାର ସଂସ୍ପର୍ଷରେ ପ୍ରଥମେ ଆସିଯାଇଥିଲେ ମାନସ ସାହୁ । ବିଦ୍ଯୁତ୍ ଆଘାତ ପାଇ ଚିତ୍କାର କରୁଥିବା ମାନସକୁ ବଞ୍ଚାଇବାକୁ ଉଦ୍ଯମ କରିଥିଲେ ଶୁଭମ । ହେଲେ ମାନସତ ବଞ୍ଚିଗଲେ କିନ୍ତୁ ଶୁଭମ ବିଦ୍ଯୁତ୍ ଆଘାତରେ ଅଚେତ ହୋଇପଡିଥିଲେ । ସ୍ଥାନିୟ ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ପହଁଞ୍ଚା ଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ସାଙ୍ଗ କାଳନ୍ଦୀ । ଏହି ଖବର ପ୍ରଚାରିରିତ ହେବାପରେ ଗାଁ ପୁରା ଗାଁ ରେ ଶେକାକୂଳ ପରିବେଶ ଦେଖାଦେଇଛି । ଅପରାହ୍ନ ରେ ଶବକୁ ବ୍ୟବଚ୍ଛେଦ କରାଯାଇ ଗାଁ କୁ ନିଆଯାଇଛି।