ବନ୍ଧୁ ମିଳନ ଓ ନୃତନ କର୍ମକର୍ତ୍ତା ଚୟନ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଏନ୍ ଏସି ୯ ନମ୍ବର ୱାର୍ଡ଼ ରେ ଥିବା କନକ କଲ୍ୟାଣୀ ମଣ୍ଡପରେ କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ଓଡ଼ିଶା , କୋଣାର୍କ ଶାଖା ପକ୍ଷରୁ ଆଜି ସନ୍ଧ୍ୟାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହ ନୃତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ଷେତ୍ରୀୟ ଖଣ୍ଡାୟତ ମହାସଂଘ ର କାର୍ଯ୍ୟକାରୀ ସଭାପତି ଗଣେଶ ନାୟକ ଙ୍କ ତତ୍ତ୍ଵାବଧନରେ ରାଜ୍ୟ ସଂଗଠନର ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ଲେଙ୍କା , ଉପସଭାପତି ତନ୍ମୟ ମାହାନ୍ତି , ସଂଗ୍ରାମ ସାହୁ , କୋଷାଧ୍ୟକ୍ଷ ତପନ ବେଉରା , ରତ୍ନାକର ସାମଲ , ବିଘ୍ନରାଜ ମହାପାତ୍ର , ରାଜୀବ ବେଉରା , ଅଜିତ୍ ଜେନା , ସୁରେଶ୍ ଜେନା , ଶିଲାଦିତ୍ୟ ନାୟକ , ଉପଦେଷ୍ଟା ପାର୍ଥ ସାରଥି ପରିଡା , ସାଗର କୁମାର ସ୍ୱାଇଁ ଓ ଶୁଭେନ୍ଦ୍ର ମହାନ୍ତି ଙ୍କ ସମେତ ଅନେକ ରାଜ୍ୟ କର୍ମକର୍ତ୍ତା ଭିଡିଓ କନଫରେନ୍ସ ଜରିଆରେ ନିଜ ବାର୍ତ୍ତା ପ୍ରଦାନ କରି କୋଣାର୍କ ଶାଖା ପାଇଁ ସଭାପତି ଭାବେ ସମାଜ ସେବୀ ପ୍ରମୋଦ ଛୋଟରାୟ , ଉପସଭାପତି ଭାବେ ସୂର୍ଯ୍ୟ ପ୍ରସାଦ ନାୟକ (ମିଟୁ) ସଂପାଦକ ଭାବେ ଚିନ୍ମୟ ନାୟକ , କୋଷାଧ୍ୟକ୍ଷ ଭାବେ କିଶୋର ଚନ୍ଦ୍ର ଲେଙ୍କା ଓ ଉପଦେଷ୍ଟା ଭାବେ ମନୋଜ ଲେଙ୍କା , ମିଥୁନ ନାୟକ ଙ୍କୁ ସର୍ବ ସନମ୍ମତି ରେ ଚୟନ କରାଗଲା । ରଞ୍ଜିତ ଲେଙ୍କା , ସୋମନାଥ ଛୋଟରାୟ , ସୁଦର୍ଶନ ସାସମଲ , ବାନାମ୍ବର ଭୂୟାଁ , କୃଷ୍ଣଚନ୍ଦ୍ର ଜେନା ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ପ୍ରମୁଖ ଏହି ବନ୍ଧୁ ମିଳନ ଓ ବୈଠକରେ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ପୁରୀ ଜିଲ୍ଲାର ସମସ୍ତ କ୍ଷେତ୍ରୀୟ ଖଣ୍ଡାୟତ ଭାଇମାନଙ୍କୁ ସାମିଲ କରାଯାଇ ବୃକ୍ଷ ରୋପଣ, ଅସହାୟ ଗରିବ ଲୋକଙ୍କ ସୁବିଧା ଅସୁବିଧାରେ ସାହାର୍ଯ୍ୟ , ସାମାଜିକ କାର୍ଯ୍ୟକ୍ରମ ରେ ସାହାର୍ଯ୍ୟ ସହୋଯୋଗ କରିବେ ବୋଲି ରାଜ୍ୟ କ୍ଷେତ୍ରୀୟ ଖଣ୍ଡାୟତ ମହାସଂଘ ର କାର୍ଯ୍ୟକାରୀ ସଭାପତି ଗଣେଶ ନାୟକ ସୂଚନା ଦେଇଛନ୍ତି ।