ପାଟପୁରରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍: ବ୍ଲୁ ୱାରିୟର ଟିମ୍ ବିଜୟୀ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ମିନି ଷ୍ଟାଡିୟମ ରେ  ସ୍ଥାନୀୟ ଫ୍ରେଣ୍ଡସ୍ସ କ୍ରିକେଟ କ୍ଲବ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।ରବିବାର କ୍ଲବ ର ଖେଳାଳି ଓ ପୂର୍ବତନ ଖେଳାଳି ମାନଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ  ଅରେଞ୍ଜ ଏମ୍ପରର ଏକାଦଶ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତ୍ତି ନେଇଥିବା ବେଳେ ବ୍ଲ୍ୟୁ ୱାରିୟର ଏକାଦଶ ଫିଲ୍ଡିଂ  କରିଥିଲା। ପ୍ରଥମେ ବ୍ୟାଟିଂ କରି ଅରେଞ୍ଜ ଏମ୍ପରର ଏକାଦଶ  ୧୮ ଓଭର ରେ ସମସ୍ତ ଉଇକେଟ ହରାଇ ୧୨୮ ରନ ହାସଲ କରିଥିଲା। ଜବାବରେ ବ୍ଲ୍ୟୁ ୱାରିୟର ଏକାଦଶ ୧୮.୧ ଓଭର ରେ ୪  ଉଇକେଟ ହରାଇ ୧୨୯ ରନ ସଂଗ୍ରହ କରି ୬ ଉଇକେଟ ରେ ବିଜୟୀ ହୋଇଥିଲା।  ଅମ୍ପାୟର ଭାବେ ହିମାଂଶୁ ମହାପାତ୍ର ଓ ସୁଜିତ କୁମାର ପଣ୍ଡା ମ୍ୟାଚ ପରିଚାଳନା କରିଥିଲେ। ଶ୍ରେଷ୍ଠ ବ୍ୟାଟସ ମ୍ୟାନ ଚନ୍ଦନ ସାହୁ ଓ ବୋଲର ଅରୁଣ ଖୁଣ୍ଟିଆ ଙ୍କୁ ପୁରସ୍କୃତ କରାଯାଇଥିଲା।କ୍ରିକେଟ କ୍ଲବ ମ୍ୟାନେଜର ଅଶୋକ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଓ ପୁରସ୍କାର ବିତରଣ ସଭାରେ ଜିଲା ପରିଷଦ ପ୍ରତିନିଧି ଶଙ୍କର୍ଷଣ ସ୍ୱାଇଁ, ପାଟପୁର ପଞ୍ଚାୟତ ସରପଞ୍ଚ ଡି. ରାକେଶ ପାତ୍ର, ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ଼, ପୂର୍ବତନ ସମିତି ସଭ୍ୟ ଦୁର୍ଗା ପ୍ରସାଦ ପାଢ଼ୀ, କନିଷ୍ଠଯନ୍ତ୍ରୀ ଇଂ. ମନୋଜ ବେହେରା, ଏପିଓ ଅରୁଣ ସ୍ୱାଇଁ, ପୂର୍ବତନ ସରପଞ୍ଚ ଟି. ବାବୁ ସୁବୁଦ୍ଧି, ବରୁଣ ପ୍ରଧାନ, କୈଳାଶ ଖୁଣ୍ଟିଆ, କେ. ନାନବାବୁ ଦୋରା, ଅନିଲ ପାଳ, ସରୋଜ ପାତ୍ର, ମାଧବ ଖୁଣ୍ଟିଆ, ଭଜହରୀ ମହାରଣା, ମିନୁ ରେଡ୍ଡୀ, ନୀଳାଞ୍ଚଳ ସାହୁ, ପ୍ରମୋଦ ପଣ୍ଡା, ରଘୁନାଥ ଖୁଣ୍ଟିଆ ଙ୍କ ସମେତ କ୍ଲବର ସମସ୍ତ ପୁରାତନ ସଭ୍ୟ ଓ ଦୁଇଟି ଟିମ୍ ର ଖେଳାଳି ବୃନ୍ଦ ଉପସ୍ଥିତ ଥିଲେ। ବିଜେତା ଓ ଉପବିଜେତା ଟିମ୍ କୁ ଅତିଥି ବୃନ୍ଦ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ।କ୍ଳବ୍ ର ବରିଷ୍ଠ ସଦସ୍ୟ ବିନାୟକ ଦାଶ ଧନ୍ୟବାଦ ଅର୍ପଣ  କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ