୧୯୯୪ ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ
ଆରଡି, ( ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡି ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୯୪ ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ତତ୍କାଳୀନ ଛାତ୍ର ଆଶିଷ ପାଢୀ ଓ ବିଭୁଦତ୍ତ ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ବରିଷ୍ଠ ପ୍ରଧାନ ଶିକ୍ଷକ ବାବାଜୀ ଚରଣ ପଣ୍ଡା, ସହକାରୀ ଶିକ୍ଷକ କଳାକାର ନାୟକ,ଏମ.ଇ.ସ୍କୁଲର ତତ୍କାଳୀନ ପ୍ରଧାନ ଶିକ୍ଷକ ଅର୍ଜୁନ ଚରଣ ପଲାଇ, ଅବସରପ୍ରାପ୍ତ ଶିକ୍ଷକ ବଂଶୀଧର ପାଢୀ, ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଉମାକାନ୍ତ ମିଶ୍ର, ବିଦ୍ୟାଳୟରେ ବର୍ତ୍ତମାନ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଇନ୍ଦ୍ରଜିତ ସ୍ବାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅତୀତର ସାଇତା ଅନୁଭୂତି ବଣ୍ଟନର ପ୍ରତିଫଳନ ହେଉଛି ବନ୍ଧୁମିଳନ ବୋଲି କହିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ଯୟନରତ ଛାତ୍ରଛାତ୍ରୀ ମାନେ ନୃତ୍ୟ ମାଧ୍ୟମରେ ଗୁରୁମାନଙ୍କୁ ସ୍ବାଗତ ଜଣାଇଥିଲେ । ବିଦ୍ୟାଳୟର ତତ୍କାଳୀନ ଛାତ୍ର ଦିଲ୍ଲୀପ କୁମାର ସାହୁ, ନିରଞ୍ଜନ ସାହୁ, ପ୍ରକାଶ ହୋତା, ପଞ୍ଚାନନ ପଣ୍ଡା, ବୈଲୋଚନ ନାୟକ, ବିନୋଦ ଭଞ୍ଜ, ଦେବକାନ୍ତ ବାରିକ, ପ୍ରଦୀପ ନାୟକ, ରକ୍ଷାକର ପାଢୀ, ପ୍ରଶାନ୍ତ ବିଶ୍ବାଳ, ଦିଗବିଜୟ ନାୟକ, ପୁଷ୍ପମିତ୍ର ନାୟକ, ପ୍ରସନ୍ନ ବିଶ୍ବାଳ, ଛାତ୍ରୀ ମଧୁସ୍ମିତା ମହାନ୍ତି, ପ୍ରୀତିପୁଷ୍ପା ପାଢୀ, ଜ୍ୟୋସ୍ନାରାଣୀ ଭଞ୍ଜ, ମନୋରମା ନାୟକ, ଶୈଳବାଳା ପାଢୀ ପ୍ରମୁଖ ଯୋଗଦେଇ ନିଜର ୩୨ ବର୍ଷର ଅନୁଭୁତି ସାଉଁଟି ଥିଲେ । ପିଲାଦିନେ ଗୁରୁ ମାନଙ୍କୁ ଲୁଚିଲୁଚି ନଟୁଘୁରା, ଗୋଲି ଓ ଗୋଟି ଡାବଳ ଖେଳର ଅଭୁଲା ସ୍ମୃତିକୁ ଗୋଟି ଗୋଟି କରି ମନେ ପକାଇଥିଲେ । ସମସ୍ତେ “ରେ ସମୟ ବୟସକୁ ମୋର ଦିଏ ଫେରାଇ” ଗୀତର ତାଳେତାଳେ ଝୁମିଥିଲେ । ଏହି ଅବସରରେ ସାମ୍ବାଦିକ ଦୀପ୍ତି ରଞ୍ଜନ ନାୟକ, ବାବାଜୀ ଶଙ୍କର ପାଢୀ, ଦେବାଶିଷ ପାଢୀ ଓ ମଣିଭଦ୍ର ପାଢୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ପରିଶେଷରେ ସମସ୍ତେ ଭୋଜିଭାତରେ ଆପାୟିତ ହୋଇଥିଲେ ।


